Breaking PLUSଓଡ଼ିଶାମୁଖ୍ୟ ଖବର

ବାତ୍ୟାରେ ଦକ୍ଷିଣ ଓଡ଼ିଶା ବେଶୀ ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର- ବାତ୍ୟାରେ ଦକ୍ଷିଣ ଓଡ଼ିଶା ବେଶୀ ପ୍ରଭାବିତ ହେବା ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ସହିତ ୨୭ ସନ୍ଧ୍ୟାରୁ ପବନ ବହିବ ।୨୭ ସନ୍ଧ୍ୟାରୁ ୪୫ରୁ ୫୫ କିମି ବେଗରେ ପବନ ସମ୍ଭାବନା ରହିଛି । ୨୮ ତାରିଖ ବେଳକୁ ପବନ ବେଗ ୬୦ରୁ ୭୦ କିମିକୁ ବଢ଼ିବ  । -ବେଳେ ବେଳେ ପବନର ବେଗ ୮୦ କିମି ଛୁଇଁବା ସମ୍ଭାବନା ରହିଛି । ୨୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ରହିବ । ଉତ୍ତର ଓଡ଼ିଶା ଉପକୂଳରେ ମଧ୍ୟ ୨୮ ଓ ୨୯ରେ ପବନ ବହିବ  । ଉତ୍ତର ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ପବନ ସମ୍ଭାବନା

ବାତ୍ୟା ପ୍ରଭାବରେ ୨୮, ୨୯ରେ ସାରା ଓଡ଼ିଶାରେ ବର୍ଷିବ  । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ୨୮ ତାରିଖରେ ମାଲକାନଗିରି, କୋରାପୁଟକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ୨୮ରେ ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାକୁ ମଧ୍ୟ ରେଡ୍‌ ୱାର୍ଣ୍ଣିଂ । ରେଡ୍‌ ୱାର୍ଣ୍ଣିଂ ଥିବା ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷିବ  । ୨୮ରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଠିଂ ଜାରି କରାଯାଇଛି । ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ମଧ୍ୟ ୨୮ରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଉ ୧୭ ଜିଲ୍ଲାକୁ ୨୮ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଲିଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button