Breaking PLUSଦେଶମୁଖ୍ୟ ଖବର

ଆର୍‌ପୋରାର ନାଇଟ୍ କ୍ଲବ୍‌ରେ ଭୟଙ୍କର ବିସ୍ଫୋରଣ, ୨୫ ଜଣ ଜୀବନ୍ତ ଦଗ୍ଧ

ଆର୍‌ପୋରାର ନାଇଟ୍ କ୍ଲବ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଛି। ଗ୍ୟାସ୍‌ ସିଲିଣ୍ଡର ଫାଟି ଯିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ୩ ଜଣ ରୋଷେୟା, ୪ ଜଣ ପର୍ଯ୍ୟଟକ ଥିବା ନେଇ ଗୋଆ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, ଗତକାଲି ମଧ୍ୟରାତ୍ରିରେ ଉତ୍ତର ଗୋଆର ବିର୍ଚ ବାଇ ରୋମିଓ ଲେନ୍ ନାଇଟ୍ କ୍ଲବ୍‌ରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ। ମୃତକଙ୍କ ମଧ୍ୟରେ ଅନେକ ଲୋକ କ୍ଲବର କର୍ମଚାରୀ ହୋଇଥିବା ଆଶଙ୍କା କରାଯାଉଛି।

ତେବେ ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସ ରେ କହିଛନ୍ତି, “ଉତ୍ତର ଗୋଆ ଜିଲ୍ଲାରେ ଘଟିଥିବା ଏହି ଦୁଃଖଦ ଅଗ୍ନିକାଣ୍ଡ ଘଟଣାରେ ମୁଁ ଗଭୀର ଦୁଃଖିତ, ଯାହା ଅନେକ ମୂଲ୍ୟବାନ ଜୀବନ ନେଇଛି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଏହି କଷ୍ଟକର ସମୟରେ ସେମାନେ ସାହସ ପାଆନ୍ତୁ। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।”

Show More

Related Articles

Back to top button