ଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟସଭା ଭୋଟ ପୂର୍ବରୁ ୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୀତି ସରଗରମ ହୋଇଯାଇଛି। ବିଜେଡିର ଦୁଇ ବିଧାୟକ ଚକ୍ରମଣି କହଁର ଓ ନବ କିଶୋର ମଲ୍ଲିକଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ନୋଟିସ ଜାରି କରିଥିବା ବେଳେ ଦୁଇ ବିଧାୟକଙ୍କୁ ଆଜି ରାତି ୯ଟା ମଧ୍ୟରେ ନବୀନ ନିବାସରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ଦଳୀୟ ହ୍ୱିପ୍ ଜାରି ହେବା ସତ୍ତ୍ୱେ ଏହି ଦୁଇ ବିଧାୟକ ପଛଲା ତିନି ଦିନ ଧରି ଅନୁପସ୍ଥିତ ଥିବା ସହ ଦଳୀୟ ଯୋଗାଯୋଗରେ ମଧ୍ୟ ନଥିବା କୁହାଯାଉଛି।
ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ପାଇଁ ବିଧାୟକମାନେ ମତଦାନ କରିବେ। ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ସମର୍ଥନରେ ଡା. ଦତ୍ତେଶ୍ୱର ହୋତା ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି।
ଏହାପରେ ରାଜ୍ୟର ରାଜନୀତିରେ କ୍ରସ୍‌ ଭୋଟିଂ ସମ୍ଭାବନା ନେଇ ଚର୍ଚ୍ଚା ଆହୁରି ବଢ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button