Breaking PLUSଦେଶବାଣିଜ୍ୟମୁଖ୍ୟ ଖବରସଂସଦ
ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

କେନ୍ଦ୍ର କ୍ୟାବିନେଟ୍ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ପାଇଁ ୩୩,୬୬୦ କୋଟି ଟଙ୍କା ଆବଣ୍ଟନ ସହ ୧୦୦ଟି ପ୍ଲଗ୍-ଆଣ୍ଡ-ପ୍ଲେ ଶିଳ୍ପ ପାର୍କ ବିକାଶକୁ ମଞ୍ଜୁରୀ ଦେଇଛି। କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ଗଢ଼ି ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଏହାର ଲକ୍ଷ୍ୟ।
ଏହି ଯୋଜନାରେ ୧୦୦ରୁ ୧୦୦୦ ଏକର ଅଞ୍ଚଳରେ ଶିଳ୍ପ ପାର୍କ ବିକଶିତ ହେବ ଏବଂ ପ୍ରତି ଏକର ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ।
ଏହା ସହ କ୍ୟାବିନେଟ୍ କପା ଚାଷୀଙ୍କ ସ୍ୱାର୍ଥରେ ୨୦୨୩-୨୪ ଋତୁ ପାଇଁ ଭାରତୀୟ କପା ନିଗମକୁ ୧,୭୧୮ କୋଟି ଟଙ୍କାରୁ ଅଧିକ ଏମ୍ଏସ୍ପି ପାଣ୍ଠି ମଞ୍ଜୁର କରିଛି, ଯାହା ଚାଷୀଙ୍କୁ ସିଧାସଳଖ ମୂଲ୍ୟ ସମର୍ଥନ ଦେବ।
ଅନ୍ୟପଟେ, ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ କ୍ଷୁଦ୍ର ଜଳବିଦ୍ୟୁତ ବିକାଶ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିପାଇଁ ୨,୫୮୪ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୫୦୦ ମେଗାୱାଟ୍ କ୍ଷମତାର ପ୍ରକଳ୍ପ ଗଢ଼ାଯିବ।



