Breaking PLUSଓଡ଼ିଶାମୁଖ୍ୟ ଖବର

ଜନଗଣନା ସଚେତନତାରେ ଓମଫେଡ୍‌ର ନୂତନ ପଦକ୍ଷେପ: ନୂଆ ଦୁଧ ପ୍ୟାକେଟ୍ ଲୋକାର୍ପିତ

ରାଜ୍ୟରେ ଆସନ୍ତା ଜନଗଣନାକୁ ସଫଳ କରିବା ଓ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ଓମଫେଡ୍‌ ପକ୍ଷରୁ ଏକ ନୂତନ ପ୍ରିମିୟମ୍ ଦୁଧ ପ୍ୟାକେଟ୍ ଲୋକାର୍ପଣ କରାଯାଇଛି। ଏହି ପ୍ୟାକେଟ୍‌ର ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇ ଜନଗଣନା ସମ୍ବନ୍ଧୀୟ ଲୋଗୋ ଓ ସଚେତନତା ବାର୍ତ୍ତା ସମ୍ମିଳିତ ହୋଇଛି, ଯାହା ମାଧ୍ୟମରେ ସାଧାରଣ ଲୋକଙ୍କୁ ଜନଗଣନାରେ ସକ୍ରିୟ ଭାଗ ନେବାକୁ ପ୍ରେରଣା ଦିଆଯାଉଛି।

ସୂଚନା ଅନୁଯାୟୀ, ଏହି ନୂତନ ଓମଫେଡ୍ ପ୍ରିମିୟମ୍ ଦୁଧ ପ୍ୟାକେଟ୍‌କୁ ଜନଗଣନା କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ସହ ଓମଫେଡ୍‌ର ଉଚ୍ଚପଦସ୍ଥ ଅଧିକାରୀମାନେ ମିଳି ଉଦ୍ଘାଟନ କରିଥିଲେ। ଏହି ପ୍ରୟାସ ମାଧ୍ୟମରେ ଦୈନିକ ବ୍ୟବହୃତ ପଣ୍ୟରେ ସଚେତନତା ସନ୍ଦେଶ ଦେଇ ଅଧିକ ଲୋକଙ୍କୁ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି।

ଏହା ସହିତ, ଓମଫେଡ୍‌ ପକ୍ଷରୁ ରାଜ୍ୟର ପ୍ରାୟ ୪୦୦୦ ଆଉଟଲେଟ୍‌ରେ ଜନଗଣନା ସମ୍ବନ୍ଧୀୟ ପୋଷ୍ଟର ଲଗାଇ ସଚେତନତା ଅଭିଯାନ ଜୋରଦାର କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ଲୋକମାନେ ଜନଗଣନାର ଗୁରୁତ୍ୱ ବୁଝି ସକ୍ରିୟ ଭାଗ ନେବେ ବୋଲି ଆଶା କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button