ଅପରାଧଓଡ଼ିଶାମୁଖ୍ୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜଳସେଚନ SDO ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ସଂଗ୍ରହ ଅଭିଯୋଗରେ ଜଳସେଚନ ବିଭାଗର SDO ପଞ୍ଚୁ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଡାହା ଜଳସେଚନ ସବ୍-ଡିଭିଜନରେ କାର୍ଯ୍ୟରତ ଥିଲେ।

ଭିଜିଲାନ୍ସ ତଦନ୍ତରେ ତାଙ୍କ ଜଣାଶୁଣା ଆୟ ସ୍ରୋତ ସହିତ ମେଳ ନ ଥିବା ବହୁ ସମ୍ପତ୍ତି ମିଳିଛି। ତଲାଶି ସମୟରେ ବ୍ରହ୍ମପୁରରେ ଥିବା ଏକ ବହୁମଞ୍ଚିଳା ଘର, ୫ଟି ପ୍ଲଟ୍‌, ୧୮.୯୦ ଲକ୍ଷ ଟଙ୍କା ନଗଦ, ପ୍ରାୟ ୯୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୫୬୮ ଗ୍ରାମ ସୁନା ସହିତ ପ୍ରାୟ ୯୪ ଲକ୍ଷ ଟଙ୍କାର ଭାରୀ ଯନ୍ତ୍ରପାତି ଜବତ ହୋଇଛି।

ଏହି ସମ୍ବନ୍ଧରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ମାମଲା (ନଂ ୦୩/୨୦୨୬) ରୁଜୁ କରାଯାଇଛି। ଗିରଫ ପରେ ପଞ୍ଚୁ ବେହେରାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଶେଷ ଅଦାଲତରେ ଉପସ୍ଥାପନ କରାଯିବ।

Show More

Related Articles

Back to top button