Breaking PLUSଦେଶମୁଖ୍ୟ ଖବର

ଲିଟର ପିଛା ୨ରୁ ୪ ଟଙ୍କା ବଢ଼ିଲା କ୍ଷୀର ଦର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମହଙ୍ଗା ମାଡ଼। ଅମୂଲ ଓ ମଦର ଡାଏରୀ ବୁଧବାର କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ନଭେମ୍ବର ୧୨ରୁ ଏହି ନୂଆ ଦର ଲାଗୁ ହେବ। ପଶୁଖାଦ୍ୟ, ଚାରା, ପ୍ୟାକେଜିଂ ଓ ପରିବହନ ଖର୍ଚ୍ଚ ବୃଦ୍ଧିକୁ ଏହାର କାରଣ ଦର୍ଶାଯାଇଛି।

ଅମୂଲ ବ୍ରାଣ୍ଡର ଉତ୍ପାଦ ବିପଣନ କରୁଥିବା ଗୁଜରାଟ କୋ-ଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେସନ୍‌ (ଜିସିଏମ୍‌ଏମ୍‌ଏଫ୍‌) ଅନୁଯାୟୀ, ଦେଶବ୍ୟାପୀ ପ୍ରମୁଖ ପ୍ୟାକେଟ୍‌ କ୍ଷୀରର ଦର ୪ରୁ ୫ ପ୍ରତିଶତ ବଢ଼ିଛି। ଅମୂଲ ତାଜା ଟୋନ୍‌ଡ କ୍ଷୀର ଲିଟର ପିଛା ୨ ଟଙ୍କା ଏବଂ ଅମୂଲ ଗୋଲ୍ଡ ୪ ଟଙ୍କା ମହଙ୍ଗା ହୋଇଛି। ଚଳିତ ବର୍ଷ ମେ’ ପରେ ଏହା କମ୍ପାନୀର ଦ୍ୱିତୀୟ ଦରବୃଦ୍ଧି।

ସେହିପରି ମଦର ଡାଏରୀ ମଧ୍ୟ ନିଜର ବିଭିନ୍ନ ପ୍ରକାର ତରଳ କ୍ଷୀର ଦରରେ ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି କରିଛି।

କମ୍ପାନୀ ଅନୁଯାୟୀ, ଅନିୟମିତ ମୌସୁମୀ ଯୋଗୁଁ ସବୁଜ ଓ ଶୁଖିଲା ଚାରା ଦର ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ବର୍ଷକ ମଧ୍ୟରେ ପଶୁଖାଦ୍ୟ ଦର ପ୍ରାୟ ୧୦ ପ୍ରତିଶତ ବଢ଼ିଥିବା ବେଳେ ପ୍ୟାକେଜିଂ ଓ ପରିବହନ ସମେତ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏହି ଖର୍ଚ୍ଚ ବୃଦ୍ଧି ଯୋଗୁଁ ନୂଆ ଦର ଲାଗୁ କରିବାକୁ ପଡ଼ିଥିବା କମ୍ପାନୀ କହିଛି।

Show More

Related Articles

Back to top button