Breaking PLUSଦେଶମୁଖ୍ୟ ଖବରରାଜନୀତି

ବଡ଼ ନୋଟ୍‌ ବନ୍ଦ କରିବାକୁ ନାଇଡୁଙ୍କ ପ୍ରସ୍ତାବ

୫୦୦ ଟଙ୍କିଆ ନୋଟ୍‌ ଉପରେ ଲାଗୁ ହେଉ ରୋକ୍‌

 

ଦେଶରେ ବଡ଼ ମୂଲ୍ୟର ନୋଟ୍‌ର ପ୍ରଚଳନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ୫୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରି ୧୦୦ ଓ ୨୦୦ ଟଙ୍କିଆ ନୋଟ୍‌କୁ ଅଧିକ ପ୍ରୋତ୍ସାହନ ଦେବା ସହ ଡିଜିଟାଲ୍‌ କାରବାର ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ନଗଦ କାରବାର ଉପରେ ନିୟନ୍ତ୍ରଣ ଲାଗିବା ସହ ଦୁର୍ନୀତି ଓ କଳାଧନ କାରବାର ହ୍ରାସ ପାଇବ ବୋଲି ତାଙ୍କ ମତ।

ନାଇଡୁଙ୍କ କହିବା ଅନୁଯାୟୀ, ନିର୍ବାଚନ ସମୟରେ କ୍ରମାଗତ ୨୪ ଘଣ୍ଟା କାମ କରିବା ବେଳେ ବଡ଼ ନୋଟ୍‌ ଯୋଗୁଁ ଅନେକ ସମସ୍ୟା ହୋଇଥାଏ। ତେଣୁ ଛୋଟ ନୋଟ୍‌ର ପ୍ରଚଳନ ବଢ଼ାଇବା ଆବଶ୍ୟକ। ଡିଜିଟାଲ୍‌ ମୁଦ୍ରା ଓ କାରବାରକୁ ପ୍ରୋତ୍ସାହନ ଦେଲେ ଠକେଇ ମଧ୍ୟ ହ୍ରାସ ପାଇବ। ଏହି ପ୍ରସ୍ତାବକୁ ସେ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଉଠାଇଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ୫୦୦ ଓ ୧,୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ। କଳାଧନ, ନକଲି ନୋଟ୍‌ ଓ ଦୁର୍ନୀତି ରୋକିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ହୋଇଥିଲା। ନୋଟବନ୍ଦୀକୁ ୧୦ ବର୍ଷ ପୂରିବା ପରିପ୍ରେକ୍ଷୀରେ ନାଇଡୁଙ୍କ ଏହି ପ୍ରସ୍ତାବ ଚର୍ଚ୍ଚାକୁ ଆସିଛି। ଏଥିସହ ନିର୍ବାଚନ ଅର୍ଥବଳ ନୁହେଁ, ଜନସେବା ଆଧାରରେ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି।

Show More

Related Articles

Back to top button