Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଦେଶପୂଜା ପାର୍ବଣବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର
ବାଲିଯାତ୍ରାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି

କଟକ: ଚଳିତବର୍ଷ କଟକର ଐତିହାସିକ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ସେ କଟକରେ ପହଞ୍ଚି ମହୋତ୍ସବର ଆନୁଷ୍ଠାନିକ ଶୁଭାରମ୍ଭ କରିବେ। ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ମହାନଦୀ କୂଳରେ ଆୟୋଜିତ ବାଲିଯାତ୍ରା ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଅନନ୍ୟ ପରିଚୟ। ପୂର୍ବେ ଓଡ଼ିଆ ସାଧବମାନେ ବୋଇତରେ ସମୁଦ୍ର ପଥ ଦେଇ ଇଣ୍ଡୋନେସିଆ, ଜାଭା, ସୁମାତ୍ରା ଓ ବାଲି ଆଦି ଅଞ୍ଚଳକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସେହି ଗୌରବମୟ ଅତୀତର ସ୍ମୃତି ବହନ କରି ଆଜି ମଧ୍ୟ ପ୍ରତିବର୍ଷ କଟକରେ ଏହି ମହୋତ୍ସବ ଆୟୋଜିତ ହେଉଛି।
ଚଳିତବର୍ଷ ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ବାଲିଯାତ୍ରାର ଆକର୍ଷଣ ଓ ଗୁରୁତ୍ୱକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି।



