Breaking PLUSଦେଶମୁଖ୍ୟ ଖବର

ବେଙ୍ଗାଲୁରୁରେ ୧୬୦ କୋଟିର ବାୟୋଗ୍ୟାସ୍‌ ପ୍ଲାଣ୍ଟ

୨୫ ହଜାର ପରିବାରକୁ ମିଳିବ ପାଇପ୍‌ ଗ୍ୟାସ୍‌

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ୧୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ (ସିବିଜି) ପ୍ଲାଣ୍ଟ। ନଭେମ୍ବର ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିବେ ବୋଲି ବୁଧବାର ସୂଚନା ଦେଇଛନ୍ତି ବେଙ୍ଗାଲୁରୁ ଦକ୍ଷିଣ ସାଂସଦ ତେଜସ୍ୱୀ ସୂର୍ଯ୍ୟ।

ଗେଲ୍‌ (GAIL) ଦ୍ୱାରା ନିର୍ମିତ ଏହି ପ୍ରକଳ୍ପ ଦକ୍ଷିଣ ଭାରତରେ ପ୍ରଥମ ବୋଲି ସେ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ଦୈନିକ ୩୦୦ ଟନ୍‌ ଓଦା ଆବର୍ଜନା ପ୍ରକ୍ରିୟାକରଣ ହେବ। ପରେ କ୍ଷମତା ୫୦୦ ଟନ୍‌କୁ ବୃଦ୍ଧି କରାଯିବ। ୧୫ ମାସ ମଧ୍ୟରେ କାମ ଶେଷ କରିବା ଲକ୍ଷ୍ୟ ରହିଛି।

ପ୍ଲାଣ୍ଟରୁ ପ୍ରାୟ ୨୫ ହଜାର ପରିବାରକୁ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ମିଳିବ। ଏହାଦ୍ୱାରା ପ୍ରତିଦିନ ୯୦୦ ଏଲ୍‌ପିଜି ସିଲିଣ୍ଡର ସଞ୍ଚୟ ହେବ। ଏଥିସହ ଦୈନିକ ୨୨ ଟନ୍‌ ଜୈବିକ ସାର ଉତ୍ପାଦନ ହେବ, ଯାହା ଚାଷୀଙ୍କୁ ଯୋଗାଇ ଦିଆଯିବ।

ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ବେଙ୍ଗାଲୁରୁରେ ଏଭଳି ଆଉ ୧୦ଟି ପ୍ଲାଣ୍ଟ ସ୍ଥାପନ ପାଇଁ ତେଜସ୍ୱୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Show More

Related Articles

Back to top button