Breaking PLUSଓଡ଼ିଶାମୁଖ୍ୟ ଖବର

ଏବେ ମାସକୁ ମୁଣ୍ଡ ପିଛା ୫କେଜି ବଦଳରେ ମିଳିବ ୧୦ କେଜି ଚାଉଳ

ଭୁବନେଶ୍ୱର, 5 ଏପ୍ରିଲ- ଏବେ ମାସକୁ ମୁଣ୍ଡ ପିଛା ୫କେଜି ବଦଳରେ ମିଳିବ ୧୦ କେଜି ଚାଉଳ। ଏଥର ମୋଦି ସରକାର ଦେବେ ୫କେଜି ଓ ମୋହନ ସରକାର ଦେବେ ୫କେଜି ଚାଉଳ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ସୂଚନା ଦେଇଛନ୍ତି ।

ଏନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଯେ, ବିଧାନସଭାରେ ବିଧାୟକ ମାନେ 5 କେଜି ଚାଉଳ ପର୍ଯ୍ୟପ୍ତ ହେଉ ନ ଥିବା ଦାବି କରୁଥିଲେ । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଯୋଜନା ଅଣାଯାଇଛି । ରାଜ୍ୟର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା 3 କୋଟି 22 ଲକ୍ଷ ହିତାଧିକାରୀ 5 କେଜି ଚାଉଳ ପାଇବେ ।

ଏଥିପାଇଁ ମାସକୁ 734 କୋଟି ହିସାବ ରେ 8813 କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ । ଏହା ଦ୍ୱାରା ରାଜ୍ୟର ଗରିବ ଶ୍ରେଣୀର ଲୋକ ଅଧିକ ଲାଭବାନ ହେବେ ।

 

Show More

Related Articles

Back to top button