ମୁଖ୍ୟ ଖବରରାଜନୀତି

ଦଳରୁ ଅଲଗା ହେବା ପରେ ନୂଆ ଦଳ ଗଠନ କଲେ ଡ଼. ନବଜୋତ କୌର ସିଦ୍ଧୁ

ପଞ୍ଜାବ ରାଜନୀତିରେ ନୂଆ ପରିବର୍ତ୍ତନ

୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ପରିସ୍ଥିତିରେ ନୂଆ ମୋଡ଼ ଆସିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡ଼. ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ବହିଷ୍କାର ପରେ ନିଜର ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି।

ସୋମବାର ବିଳମ୍ବିତ ରାତିରେ ସେ ସୋସିଆଲ ମିଡିଆ ମାଧ୍ୟମରେ ଦଳର ନାମ ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ ଘୋଷଣା କରିଥିଲେ। ତାଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ଚିନ୍ତାଭିନ୍ତା ପରେ ଏହି ପଦକ୍ଷେପ ନିଆଯାଇଛି ଏବଂ ଜାତୀୟ ସ୍ତରରେ ଏକ ବିକଳ୍ପ ରାଜନୈତିକ ମଞ୍ଚ ତିଆରି କରିବା ଏହାର ଲକ୍ଷ୍ୟ।

ଡ଼. ସିଦ୍ଧୁ କହିଛନ୍ତି, ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ନେତାମାନଙ୍କ କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରିବା ପରେ ଏହି ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ସେ ଦେଶ ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିବା ସହିତ ନ୍ୟାୟ ଓ ଶାନ୍ତି ସ୍ଥାପନରେ ଗୁରୁତ୍ୱ ଦେବାକୁ କହିଛନ୍ତି।

ଏହି ଘୋଷଣା ପରେ ପଞ୍ଜାବର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବା ସହ ଆଗାମୀ ନିର୍ବାଚନ ପୂର୍ବରୁ ପ୍ରତିସ୍ପର୍ଧା ଆହୁରି ତୀବ୍ର ହେବା ନିଶ୍ଚିତ ବୋଲି ମନେ କରାଯାଉଛି।

Show More

Related Articles

Back to top button