Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ପୁଣି ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଗଣତି ମଣତି, ଭିତର କାଠ ନିକଟରୁ ଦର୍ଶନ ବନ୍ଦ

ପୁରୀ- ଆଜିଠାରୁ ପୁଣି ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଗଣତି ମଣତି। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି। ଏହାପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ।

ବାହାର ଭଣ୍ଡାରରେ ରହିଛି ୮୧୭୫ ଭରିର ୭୯ଟି ସୁନା ଆର୍ଟିକିଲ ବା ଦ୍ରବ୍ୟ। ୪୧୭୬ ଭରିର ରହିଛି ୩୯ ପ୍ରକାରର ରୁପା ଦ୍ରବ୍ୟ । ୮୧୭୫ ଭରିର ସୁନା ଦ୍ରବ୍ୟ ଓ ୪୧୭୬ ଭରିର ରୁପା ଦ୍ରବ୍ୟ ଥିବା ବାହାର ଭଣ୍ଡାରର ହେବ ଗଣତି ।  ଗତ ମାର୍ଚ୍ଚ ୨୫ତାରିଖରେ ଚଳନ୍ତି ଭଣ୍ଡାରର ଗଣତି ସରିଛି।

Show More

Related Articles

Back to top button