ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ, ଡାକ୍ତରଖାନାର ୫ କର୍ମଚାରୀଙ୍କୁ ଉଠାଇନେଲା

ଗଂଜାମ- ଡାକ୍ତରଖାନାର ଏରିଅର ଟଙ୍କା ଚଳୁ ଅଭିଯୋଗରେ, ଭିଜିଲାନ୍ସ ୫ଜଣଙ୍କୁ ଉଠାଇ ନେଇଛି । ମେଡିକାଲ ଏରଅର ଟଙ୍କା ହଡ଼ପ କରିବା ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବଡ଼ ପଦକ୍ଷେପ ନେଇଛି। ଗଞ୍ଜାମ ଜିଲ୍ଲା କୋଦଳା ଡାକ୍ତରଖାନାରେ ଗତକାଲି ରାତିରେ ଭିଜିଲାନ୍ସ ଟିମ୍ ପହଞ୍ଚି ୫ଜଣଙ୍କୁ କର୍ମଚାରୀଙ୍କୁ ସିଡିଏମଓ ଅଫିସକୁ ନେଇ ଦୀର୍ଘ ସମୟ ଧରି ତନାଘନା ଜେରା କରିଛି। ସେଠାରୁ ଏହି ୫ଜଣଙ୍କୁ ୬ଜଣିଆ ଭିଜିଲାନ୍ସ ଟିମ୍ ଅଜ୍ଞାତ ସ୍ଥାନକୁ ନେଇ ତଦନ୍ତ କରୁଛି।
ଏନେଇ ଭିଜିଲାନ୍ସ ପକ୍ଷରୁ ପରେ ବିସ୍ତୃତ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି। ଏଯାବତ୍ ଏହି ମାମଲାରେ ୭ ଜଣ ସମ୍ପୃକ୍ତ ଥିଲା ବେଳେ ଭିଜିଲାନ୍ସ ତଦନ୍ତ ପରେ ଆଉ କିଛି ବଡ଼ ମାଛ ଫସି ପାରନ୍ତି। କୋଦଳା ଡାକ୍ତରଖାନାରେ ଅଢ଼େଇ କୋଟି ଟଙ୍କା ହେରଫେର ହୋଇଥିବା ସାମ୍ନାକୁ ଆସିଥିଲା।
ନିଲମ୍ବିତ ହୋଇ ଥିଵା ସାତଜଣ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଅଢ଼େଇ କୋଟି ଟଙ୍କା ହେରଫେର ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଜଣାପଡ଼ିଛି। ୨୦୨୧ରୁ୨୦୨୫ ମଧ୍ୟରେ ୨କୋଟି୫୧ଲକ୍ଷ୧୪ହଜାର ୬୨ ଟଙ୍କା ବକେୟା ଟଙ୍କା ଉଠାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇ ଏଥିରେ ସଂପୃକ୍ତ ଥିବା ସାତଜଣଙ୍କୁ ପୂର୍ବରୁ ସିଡିଏମଓ ନିଲମ୍ବିତ ମଧ୍ୟ କରିସାରିଛନ୍ତି।



