ମୁଖ୍ୟ ଖବରଶିକ୍ଷା

ଖରାଛୁଟି ପୂର୍ବରୁ ୟୁନିଫର୍ମ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ

 

ଭୁବନେଶ୍ୱର:ଓସେପା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି।

ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦିଆଯିବ। ବଣ୍ଟନ ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବାକୁ ଜିଲ୍ଲାସ୍ତରରେ ପଦକ୍ଷେପ ନିଆଯାଇଛି।

୨୦୨୫-୨୬ରେ ଚୟନ ହୋଇଥିବା ସେହି ଏଜେନ୍ସି ଓ ସପ୍ଲାଏରମାନେ ୨୦୨୬-୨୭ ଶିକ୍ଷାବର୍ଷରେ ମଧ୍ୟ ୟୁନିଫର୍ମ ଯୋଗାଇବେ। ଏହା ଫଳରେ ଚୟନ ପ୍ରକ୍ରିୟାରେ ବିଳମ୍ବ ହେବ ନାହିଁ।

ଗତବର୍ଷ ୟୁନିଫର୍ମ ବଣ୍ଟନରେ ବିଳମ୍ବ ହୋଇଥିବାରୁ ଏଥର ପୂର୍ବରୁ ସତର୍କ ହୋଇଛି ଓସେପା। ଗଣମାଧ୍ୟମରେ ବିଳମ୍ବ ନେଇ ଖବର ପ୍ରକାଶ ପରେ ବିଭାଗ ତତ୍ପରତା ଦେଖାଇଛି।

Show More

Related Articles

Back to top button