ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ପାଶ୍ୱବର୍ତ୍ତୀ ନଦୀଗୁଡ଼ିକର ପୁନରୁଦ୍ଧାର ନେଇ ବଡ଼ ଘୋଷଣା କରିଛନ୍ତି।
ପ୍ରାଚୀ, ଧନୁଆ ଓ ଦୟା ନଦୀର ପୁନରୁଦ୍ଧାର କାର୍ଯ୍ୟ ହେବାକୁ ଯାଉଛି। ପ୍ରାଚୀ ନଦୀ ପାଇଁ ୩୦୦ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ଧନୁଆ ନଦୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୭୫ କୋଟି ଟଙ୍କା ଅନୁମୋଦନ ହୋଇଛି।
ସେହିପରି ସଂଜୀବନୀ ଯୋଜନା ଅନୁସାରେ ଦୟା ନଦୀ ପାଇଁ ୧୭୦ କୋଟି ଏବଂ ଦୟା ପଶ୍ଚିମ କେନାଲର ଉନ୍ନତି ପାଇଁ ୪୦୦ କୋଟି ଟଙ୍କା ମଂଜୁର ହୋଇଛି।
ସରକାର କହିଛନ୍ତି, ଏହି ସମସ୍ତ ପ୍ରକଳ୍ପ ଶୀଘ୍ର ଆରମ୍ଭ ହେବ ଏବଂ ଭୁବନେଶ୍ୱର ଉପକଣ୍ଠର ଉନ୍ନତି ପାଇଁ ମୋଟ ୧ ହଜାର କୋଟି ଟଙ୍କା ବ୍ୟୟ କରାଯିବ।
ଏହା ଫଳରେ ନଦୀଗୁଡ଼ିକର ଜଳପ୍ରବାହ ସୁଧାର ହେବା ସହ ଅଞ୍ଚଳର ପରିବେଶ ଓ ଜଳବ୍ୟବସ୍ଥା ମଜବୁତ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।



