Breaking PLUSଓଡ଼ିଶାମୁଖ୍ୟ ଖବର

ଆଉ ବର୍ଷେ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର, 11 ଏପ୍ରିଲ :ଆଉ ବର୍ଷେ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି । ୨୦୨୭ ଜାନୁଆରୀ ୧୩ ଯାଏଁ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି । ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର । ଜଳ ସଂପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାନୁଯାୟୀ,ଚଳିତ ମାସ ୧୩ ତାରିଖରେ ଶେଷ ହେଉଥିଲା ମହାନଦୀ ଜଳ ବିବାଦ ନ୍ୟାୟାଧିକରଣର ସମୟସୀମା। ନ୍ୟାୟାଧିକରଣଙ୍କ ଅବଧି ବୃଦ୍ଧି ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ନ୍ୟାୟାଧିକରଣ ଶୁଣାଣି ତଥ୍ୟାନୁଯାୟୀ ଜଳବିବାଦର ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗଠିତ ‘ଜଏଣ୍ଟ ଟେକ୍ନିକାଲ କମିଟି’ ଆଲୋଚନା ‘ଅଗ୍ରଗତି ରିପୋର୍ଟ’ ଦାଖଲ କରିପାରିନାହିଁ। କେତେକ ପ୍ରସଙ୍ଗରେ ଟେକ୍ନିକାଲ କମିଟିର ଆପତ୍ତି ଯୋଗୁଁଁ ଏହି ରିପୋର୍ଟ ଦାଖଲ ହୋଇପାରିନଥିବା ନ୍ୟାୟାଧିକରଣଙ୍କୁ ଅବଗତ କରାଯାଇଛି। ଓଡ଼ିଶା ସରକାର ଜଳବିବାଦର ଆପୋସ ସମାଧାନ ନିମନ୍ତେ ନ୍ୟାୟାଧିକରଣରେ ‘ଷ୍ଟାଟସ ନୋଟ୍’ ଦାଖଲ କରିଛନ୍ତି। ତେବେ ବିବାଦର ସମାଧାନ ତଥା ଆଲୋଚନାର ଅଗ୍ରଗତି ନେଇ ନ୍ୟାୟାଧୀକରଣ ନିର୍ଦିଷ୍ଟ ଅଗ୍ରଗତି ଅନୁଭବ କରିପାରିନଥିବା ଜଣାପଡ଼ିଛି।

Show More

Related Articles

Back to top button