Breaking PLUSଓଡ଼ିଶାମୁଖ୍ୟ ଖବର

ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା

ପୁରୀ, 18 ଏପ୍ରିଲ :ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା କରାଯାଇଛି । ଚନ୍ଦନ ଯାତ୍ରାକୁ ନେଇ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଳଗାଯାଇଛି । ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ନରେନ୍ଦ୍ର ପୁଷ୍କରିଣୀ । ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୫ ଡିଏସପି ରହିବେ । ୨୦୨୪ ଶ୍ରୀକ୍ଷେତ୍ର ଭଉଁରୀରେ ବାଣ ବିସ୍ଫୋରଣ ୧୭ଜଣଙ୍କ ଜୀବନ ଯାଇଥିଲା । ‘ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାରକାରୀ ବୋଟ୍‌ ହେବେ ନିୟୋଜିତ ।

ସେହିପରି ଭିଡ଼ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷାକୁ ପୋଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ନରେନ୍ଦ୍ର ପୁଷ୍କରିଣୀ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିମାନ ବାହାରି ନରେନ୍ଦ୍ର ପୁଷ୍କରିଣୀ ଆସିବା ସମୟରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୫ ଡିଏସ୍‌ପି, ୮ ଇନ୍ସପେକ୍ଟର, ୨୦ ଏଏସ୍‌ଆଇ ଏବଂ ଏସ୍‌ଆଇ, ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଆଣ୍ଟି ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ ।

Show More

Related Articles

Back to top button