ଦୁର୍ଘଟଣାମୁଖ୍ୟ ଖବର

ଛତିଶଗଡ଼ରେ ବିମାନ ଦୁର୍ଘଟଣା ଖବର ଭୁଲ, ସରକାରଙ୍କ ସ୍ପଷ୍ଟୀକରଣ

ଛତିଶଗଡ଼: ଜଶପୁର ଜିଲ୍ଲାରେ ବିମାନ ଦୁର୍ଘଟଣା ଘଟିଥିବା ଭାଇରାଲ୍‌ ଖବରକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭୁଲ ବୋଲି ସ୍ପଷ୍ଟ କରିଛନ୍ତି।
ଜିଲ୍ଲା କଲେକ୍ଟର ରୋହିତ ବ୍ୟାସ କହିଛନ୍ତି, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ ପାଖରେ କୌଣସି ବିମାନ ନିଖୋଜ କିମ୍ବା ଦୁର୍ଘଟଣା ସମ୍ବନ୍ଧୀୟ ସୂଚନା ନାହିଁ।
ପ୍ରଶାସନୀୟ ତଦନ୍ତରେ ମଧ୍ୟ ଏପରି କୌଣସି ଘଟଣା ଘଟିନଥିବା ପ୍ରମାଣିତ ହୋଇଛି। କୌଣସି ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ବିମାନ ଦୁର୍ଘଟଣା ଦେଖିନାହାଁନ୍ତି।
ସୋସିଆଲ୍‌ ମିଡିଆରେ ପ୍ରଚାରିତ ଫଟୋ ଓ ଜଙ୍ଗଲରୁ ଉଠୁଥିବା ଧୂଆଁକୁ ନେଇ ଏହି ଗୁଜବ ସୃଷ୍ଟି ହୋଇଥିବା ବୋଲି କୁହାଯାଇଛି।
ସରକାର ଲୋକମାନଙ୍କୁ ଭ୍ରାନ୍ତିକର ଖବର ଉପରେ ଭରସା ନକରିବାକୁ ଅନୁରୋଧ କରିଛନ୍ତି।

Show More

Related Articles

Back to top button