ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର, 25 ଏପ୍ରିଲ- ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଛି ।ମେ ୩୧ ସୁଦ୍ଧା ସ୍ଵ-କାର୍ଯ୍ୟଦକ୍ଷତା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏଣିକି ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ନିସ୍ତାର ନାହିଁ । କେତେ କାମ କରୁଛନ୍ତି, ତାହାର ହିସାବ ନିକାଶ ହେବ । ଜୁଲାଇ ୩୧ ସୁଦ୍ଧା ରିପୋର୍ଟ ଉପରେ ମନ୍ତବ୍ୟ ଦେବେ ରିପୋଟିଂ ଅଥରିଟି । ସେପ୍ଟେମ୍ବର ୩୦ ସୁଦ୍ଧା ମନ୍ତବ୍ୟ ଦେବେ ସମୀକ୍ଷକ । ଡିସେମ୍ବର ୩୧ ସୁଦ୍ଧା ଚୂଡ଼ାନ୍ତ ଅଧିକାରୀ ଦେବେ ମତ ।
ନିୟମ ଅନୁସାରେ, ବିଭାଗୀୟ କର୍ମଚାରୀ ପ୍ରଥମେ ନିଜେ ରିପୋର୍ଟ ଦାଖଲ କରିବେ। ଏହାପରେ ଜୁଲାଇ ୩୧ ସୁଦ୍ଧା ରିପୋର୍ଟିଂ ଅଥରିଟି ଏହା ଉପରେ ନିଜର ମତ ରଖିବେ। ସେପ୍ଟେମ୍ବର ୩୦ ସୁଦ୍ଧା ସମୀକ୍ଷକ ତଥା ରିଭ୍ୟୁଇଂ ଅଥରିଟି ଏବଂ ଡିସେମ୍ବର ୩୧ ସୁଦ୍ଧା ଚୂଡ଼ାନ୍ତ ଅଧିକାରୀ ବା ଆକ୍ସେପ୍ଟିଂ ଅଥରିଟି ନିଜର ମତାମତ ଦେବେ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି ।
କର୍ମଚାରୀଙ୍କ କାର୍ଯ୍ୟକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ସମୟ ସୀମା ଭିତରେ ସମସ୍ତଙ୍କୁ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।



