ମୁଖ୍ୟ ଖବରରାଜନୀତି

ଆସାମରେ ବିଜେପିର ଝଡ଼: ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ

ଆସାମ: ଆସାମ ବିଧାନସଭା ନିର୍ବାଚନରେ ବିଜେପି ଜୋରଦାର ପ୍ରଦର୍ଶନ କରି ହ୍ୟାଟ୍ରିକ ବିଜୟ ଦିଗରେ ଆଗୁଆ ହୋଇଛି। ରାଜ୍ୟରେ କଂଗ୍ରେସ ଦୁର୍ବଳ ପଡ଼ିଥିବା ବେଳେ ଦଳର ପ୍ରମୁଖ ନେତା ଗୌରବ ଗୋଗୋ ମଧ୍ୟ ପରାଜିତ ହୋଇଛନ୍ତି।

ଜୋରହାଟ ବିଧାନସଭା ଆସନରୁ ପ୍ରଥମଥର ପାଇଁ ଲଢ଼ୁଥିବା ଗୌରବ ଗୋଗୋଇଙ୍କୁ ବିଜେପି ପ୍ରାର୍ଥୀ ହିତେନ୍ଦ୍ରନାଥ ଗୋସ୍ୱାମୀ ପରାସ୍ତ କରିଛନ୍ତି। ହିତେନ୍ଦ୍ରନାଥ ୫୯,୧୧୩ ଭୋଟ ପାଇଥିବା ବେଳେ ଗୋଗୋଇ କେବଳ ୩୯,୪୯୪ ଭୋଟ ପାଇଛନ୍ତି। ଭୋଟ ଶତପ୍ରତିଶତ ଦୃଷ୍ଟିରୁ ହିତେନ୍ଦ୍ରଙ୍କ ଭୋଟ ଭାଗ ୫୯.୩୨% ଓ ଗୋଗୋଇଙ୍କ ୩୯.୬୩% ରହିଛି।

ଗୋଲାଘାଟରେ ମଧ୍ୟ ବିଜେପିର ଅଜନ୍ତା ନେଓଗ ବଡ଼ ବିଜୟ ହାସଲ କରିଛନ୍ତି। ସେ ୭୩,୯୮୩ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଟୁପନ ସାଇକିଆ ୪୩,୨୮୬ ଭୋଟ ପାଇଛନ୍ତି।

ମୋଟ ୧୨୬ଟି ଆସନ ମଧ୍ୟରୁ ବିଜେପି ୧୦ଟିରେ ଜିତି ସାରିଥିବା ବେଳେ ୮୭ଟିରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୨୭ଟି ଆସନରେ ଲିଡ କରୁଛି ଓ ଅନ୍ୟ ଦଳ ୨ଟିରେ ଆଗରେ ରହିଛନ୍ତି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୬୪ ଥିବା ବେଳେ ବିଜେପି ସେହି ସୀମା ଉପରେ ସୁବିଧାଜନକ ସ୍ଥିତିରେ ଅଛି।

Show More

Related Articles

Back to top button