Breaking PLUSଦେଶମୁଖ୍ୟ ଖବର
କାଲି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା

ଗ୍ୱୌହାଟୀ, 11 ମେ- କାଲି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା । ଆଜି ରାତିରେ ପ୍ରଧାନମନ୍ତ୍ରୀ ମୋଦି ଗୌହ୍ବାଟୀରେ ପହଞ୍ଚିବା ନେଇ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଯୋଗଦେବେ । ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ସରକାର ।
ରବିବାର ଆସାମରେ ବିଜେପି ବିଧାୟକ ଦଳ ନେତା ତଥା ଏନ୍ଡିଏ ମେଣ୍ଟର ନେତା ଭାବରେ ନିର୍ବାଚିତ ହେବା ପରେ ହିମନ୍ତ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସେ ମେ ୧୨ରେ ଶପଥ ନେବେ। ଗୁଆହାଟୀରେ ନବନିର୍ବାଚିତ ଏନ୍ଡିଏ ବିଧାୟକଙ୍କ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏହି ଘୋଷଣା କରିଥିଲେ ।



