Breaking PLUSଓଡ଼ିଶାମୁଖ୍ୟ ଖବର

ଜୁଲାଇ ୧ରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଗୁରୁବାର ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ ଅଭିଯାନ ଘୋଷଣା କରାଯାଇଛି। ଏହି ଅଭିଯାନ ଆରମ୍ଭ ହେଉଥିବା ପ୍ରଥମ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମଧ୍ୟ ରହିଛି।
ନିର୍ବାଚନ ଆୟୋଗର ସୂଚନା ଅନୁଯାୟୀ, ଓଡ଼ିଶାରେ ଏହି ସଂଶୋଧନ ପ୍ରକ୍ରିୟା ପାଇଁ ଯୋଗ୍ୟତା ତାରିଖ ଭାବେ ୨୦୨୬ ଜୁଲାଇ ୧ ଧାର୍ଯ୍ୟ କରାଯାଇଛି। ମେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ଚାଲିବ। ମେ ୩୦ରୁ ଜୁନ ୨୮ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରେ ଘରେ ଯାଇ ଯାଞ୍ଚ କରିବେ।
ଜୁଲାଇ ୫ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଆପତ୍ତି ଓ ଦାବିର ସମାଧାନ ପରେ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ।
ଓଡ଼ିଶାରେ ଏହି ଅଭିଯାନ ପାଇଁ ୩୮ ହଜାର ୧୨୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ୮ ହଜାର ୩୯୧ ଜଣ ବୁଥ୍ ସ୍ତରୀୟ ପ୍ରତିନିଧି ନିୟୋଜିତ ହେବେ। ଏଥିରେ ରାଜ୍ୟର ୩ କୋଟି ୩୪ ଲକ୍ଷରୁ ଅଧିକ ଭୋଟରଙ୍କ ସୂଚନା ଯାଞ୍ଚ କରାଯିବ।
ନିର୍ବାଚନ ଆୟୋଗ କହିଛି ଯେ, ଏହା ଏକ ସହଭାଗୀତାମୂଳକ ପ୍ରକ୍ରିୟା ଓ ଏଥିରେ ଭୋଟର, ରାଜନୈତିକ ଦଳ ଏବଂ ନିର୍ବାଚନ କର୍ମଚାରୀଙ୍କ ସକ୍ରିୟ ସହଯୋଗ ରହିବ।

Show More

Related Articles

Back to top button