ଦୁର୍ଘଟଣାପାଣିପାଗମୁଖ୍ୟ ଖବର

ଉତ୍ତରପ୍ରଦେଶରେ ପ୍ରକୃତିର ପ୍ରଳୟଙ୍କାରୀ ରୂପ: କାଳବୈଶାଖୀରେ ୧୦୦ରୁ ଅଧିକ ମୃତ


ଉତ୍ତରପ୍ରଦେଶରେ କାଳବୈଶାଖୀ ଓ ପ୍ରବଳ ଘୂର୍ଣ୍ଣିଝଡ଼ ଭୟଙ୍କର ତାଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ପରିବାର ପାଇଁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି।

ବୁଧବାର ସନ୍ଧ୍ୟାରେ ହଠାତ୍ ପାଗ ପରିବର୍ତ୍ତନ ସହ ପ୍ରବଳ ପବନ ଓ ବର୍ଷା ଆରମ୍ଭ ହୋଇଥିଲା। ଝଡ଼ର ପ୍ରଭାବରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ମାଟି ଘର ଓ କାନ୍ଥ ଭୁଶୁଡ଼ି ପଡ଼ିଛି। ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ପ୍ରାଣ ହାରାଇଛନ୍ତି।

ବଜ୍ରପାତ ଓ ପ୍ରବଳ ପବନ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭାଦୋହୀ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଥିବାବେଳେ ସେଠାରେ ୧୫ ଜଣଙ୍କ ମୃତ୍ୟୁ ଓ ୮ ଜଣ ଆହତ ହୋଇଥିବା ଖବର ମିଳିଛି। ଏହାସହ ୧୬ଟି ଗୋରୁ ମଧ୍ୟ ମୃତ୍ୟୁବରଣ କରିଛି।

ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ସେବା ବିଘ୍ନିତ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ପ୍ରବଳ ପବନରେ ଗଛ ଉପୁଡ଼ି ପଡ଼ୁଥିବା ଏବଂ ଲୋକମାନେ ଛିଟକି ପଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Show More

Related Articles

Back to top button