Breaking PLUSଓଡ଼ିଶାମୁଖ୍ୟ ଖବର

ଦଶାହ ଭୋଜି ଖାଇ 2 ମୃତ ; ଅନେକ ଆକ୍ରାନ୍ତ

ହେମଗିରି- ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ଏହି ଘଟଣାରେ ଗାଁର ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମଙ୍ଗଲ ସାଏ ନାଏକ (୫୬) ଓ କିଆବତି ପ୍ରଧାନ (୫୦)।

ବର୍ତ୍ତମାନ ହେମଗିର ଡାକ୍ତରଖାନାରେ ୧୩ ଜଣ ଚିକିତ୍ସାଧୀନ ଥିବାବେଳେ ୪ ଜଣ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗାଁରେ ହେମଗିର ଡାକ୍ତରଖାନାର ଏକ ଟିମ୍ ପହଞ୍ଚି ସେବା ଯୋଗାଉଛି। ଏହା ସହ ଜିଲା ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ମଧ୍ୟ ଗାଁକୁ ଯାଉଥିବା ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁରେଶ ଚନ୍ଦ୍ର ମହାନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗାଁରେ ଏକ ଶୁଦ୍ଧିକ୍ରିୟା ଭୋଜନ ଗ୍ରହଣ କରିବା ପରେ ଲୋକମାନେଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।ସତର୍କତାମୂଳକ ପଦକ୍ଷେପ ଭାବେ ଗାଁର ସମସ୍ତ ଜଳସ୍ରୋତକୁ ବିଶୁଦ୍ଧ କରାଯାଇଥିବା ସହ ଗାଁକୁ ବାହାରର ଲୋକଙ୍କ ପ୍ରବେଶ ଓ ଗାଁରୁ ବାହାରକୁ ଯାତାୟାତ ଉପରେ ସ୍ଥାୟୀ ନିୟନ୍ତ୍ରଣ ଲଗାଯାଇଛି।

Show More

Related Articles

Back to top button