Breaking PLUSଓଡ଼ିଶାମୁଖ୍ୟ ଖବର

କାଲି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର, 2 ଜୁନ- ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ଟି ବିଭାଗର ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଭାଜପା ସରକାରକୁ ଜୁନ୍‌ ୧୨ରେ ଦୁଇବର୍ଷ ପୂରଣ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ କ୍ୟାବିନେଟ୍‌ରେ ଦୁଇ-ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବ। ସେଥିମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି, ପୂର୍ତ୍ତ, ଜଳସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ, ରାଜସ୍ବ ବିଭାଗର ପ୍ରସ୍ତାବମାନ ରହିଛି।

Show More

Related Articles

Back to top button