Breaking PLUSଦେଶମୁଖ୍ୟ ଖବର

ଅକ୍ଟୋବର ୧ରୁ LPG ସବସିଡି ପାଇଁ ଆଧାର ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଘରୋଇ ଏଲ୍‌ପିଜି ଗ୍ରାହକଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ଆଧାର ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟତାମୂଳକ ହେବ। ସବସିଡି ମୂଲ୍ୟରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପାଇବାକୁ ଗ୍ରାହକଙ୍କୁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଅନୁସାରେ, ଯୋଗ୍ୟ ଗ୍ରାହକଙ୍କ ନିକଟରେ ସବସିଡି ପହଞ୍ଚାଇବା ଏବଂ ଅଯୋଗ୍ୟ କିମ୍ବା ଡୁପ୍ଲିକେଟ୍‌ ସଂଯୋଗ ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଯେଉଁ ଗ୍ରାହକ ପୂର୍ବରୁ ବାୟୋମେଟ୍ରିକ୍ ଯାଞ୍ଚ କରିସାରିଛନ୍ତି, ସେମାନଙ୍କୁ ପୁଣି ଯାଞ୍ଚ କରିବାକୁ ପଡ଼ିବ ନାହିଁ।
ଗ୍ରାହକମାନେ ଗ୍ୟାସ୍‌ ବିତରଣ ସମୟରେ ବିତରଣକାରୀଙ୍କ ମୋବାଇଲ୍‌ ଆପ୍‌ ମାଧ୍ୟମରେ, ଏଲ୍‌ପିଜି ବିତରକଙ୍କ କାର୍ଯ୍ୟାଳୟରେ କିମ୍ବା ସମ୍ପୃକ୍ତ ତୈଳ କମ୍ପାନିର ଆପ୍‌ ଜରିଆରେ ଯାଞ୍ଚ କରାଇପାରିବେ। ଇଣ୍ଡେନ୍‌ ଗ୍ରାହକଙ୍କ ପାଇଁ ଇଣ୍ଡିଆନ୍‌ଅଏଲ୍‌ ଓ୍ୱାନ୍‌, ଭାରତଗ୍ୟାସ୍‌ ପାଇଁ ହେଲୋବିପିସିଏଲ୍‌ ଏବଂ ଏଚ୍‌ପି ଗ୍ୟାସ୍‌ ପାଇଁ ଏଚ୍‌ପି ପେ ଆପ୍‌ରେ ସୁବିଧା ରହିଛି।
ଯେଉଁମାନେ ବାୟୋମେଟ୍ରିକ୍ ଯାଞ୍ଚ କରାଇବେ ନାହିଁ, ସେମାନେ ସବସିଡି ବିନା ବଜାର ଦରରେ ଗ୍ୟାସ୍‌ ପାଇପାରିବେ। ସେପ୍ଟେମ୍ବର ୧୯ ସୁଦ୍ଧା ୨୭.୪୩ କୋଟି ଘରୋଇ ଏଲ୍‌ପିଜି ଗ୍ରାହକ ବାୟୋମେଟ୍ରିକ୍ ଯାଞ୍ଚ ସମ୍ପୂର୍ଣ୍ଣ କରିସାରିଛନ୍ତି।

Show More

Related Articles

Back to top button