Breaking PLUSଦେଶଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବର
ବୀର ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ବଡ଼ ସମ୍ମାନ

ଫ୍ଲାଏଦୁବାଇ ବିମାନର ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସାହସିକତାକୁ ସମ୍ମାନ ଜଣାଇଛନ୍ତି ଗୁଜରାଟ ସରକାର। ତାଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ ପ୍ରଦାନ କରାଯିବ। ଏଥିସହ ସ୍ମିତ୍ଙ୍କୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ଦିଆଯିବ।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ‘ଏକ୍ସ’ରେ ସ୍ମିତ୍ଙ୍କ ସାହସିକତାର ପ୍ରଶଂସା କରି କହିଛନ୍ତି ଯେ, ଗୁଜରାଟର ଏହି ବୀର ପୁଅ ନିଜ ସାହସ ଓ କର୍ତ୍ତବ୍ୟନିଷ୍ଠା ଦ୍ୱାରା ରାଜ୍ୟ ତଥା ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି।
ଅନ୍ୟପକ୍ଷରେ ସ୍ମିତ୍ଙ୍କ ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ ପାଇଁ ସୋମନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଛି। ସ୍ମିତ୍ଙ୍କ ପରିବାରର ମୂଳ ଗୁଜରାଟ ହୋଇଥିବାବେଳେ ବର୍ତ୍ତମାନ ସେମାନେ ମୁମ୍ବଇରେ ବସବାସ କରୁଛନ୍ତି।



