Breaking PLUSଆଇନ କାନୁନଦେଶମୁଖ୍ୟ ଖବର

ରିଲାଏନ୍ସ ହୋମ୍ ଫାଇନାନ୍ସ ମାମଲା: ୧୧ ଜଣଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍

 

ନୂଆଦିଲ୍ଲୀ: ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍‌ (ଆର୍‌ଏଚ୍‌ଏଫ୍‌ଏଲ୍‌) ମାମଲାରେ ଦ୍ୱିତୀୟ ଚାର୍ଜସିଟ୍‌ ଦାଖଲ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଏଡିଏ ଗ୍ରୁପ୍‌ର ୩ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୧୧ ଜଣଙ୍କ ନାମ ରହିଛି।

ସିବିଆଇ ଅନୁସାରେ, ଅଭିଯୁକ୍ତଙ୍କ ମଧ୍ୟରେ ଆର୍‌ଏଚ୍‌ଏଫ୍‌ଏଲ୍‌ର ନିର୍ଦ୍ଦେଶକ ତଥା ସିଏଫ୍‌ଓ ଅମିତ ବାପ୍ନା, ଆର୍‌ସିଏଲ୍‌ ଗ୍ରୁପ୍‌ର ଏମ୍‌ଡି ତଥା ଉପାଧ୍ୟକ୍ଷ ଅମିତାଭ ଝୁନ୍‌ଝୁନ୍‌ୱାଲା ଓ ରିଲାଏନ୍ସ ପାୱାରର ସିଏଫ୍‌ଓ ସୁରେଶ ନାଗରାଜନ୍‌ ଅଛନ୍ତି। ଏହାସହ ୭ଟି କମ୍ପାନୀ ଓ ଆର୍‌ଏଚ୍‌ଏଫ୍‌ଏଲ୍‌ର ଷ୍ଟାଟ୍ୟୁଟୋରି ଅଡିଟର ବିଜୟ ନାପାୱାଲିୟାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି।

ତଦନ୍ତରୁ ଜଣାପଡ଼ିଥିବା ଅନୁସାରେ, ଆର୍‌ଏଚ୍‌ଏଫ୍‌ଏଲ୍‌ ଋଣ ନେଇଥିବା ପ୍ରାୟ ୭,୪୨୯.୧୬ କୋଟି ଟଙ୍କାକୁ ଋଣଦାତାଙ୍କ ନିୟମ ଉଲ୍ଲଂଘନ କରି ମଧ୍ୟସ୍ଥ ଓ କଣ୍ଡୁଇଟ୍‌ ସଂସ୍ଥା ଜରିଆରେ ବିଭିନ୍ନ ରିଲାଏନ୍ସ ଏଡିଏ ଗ୍ରୁପ୍‌ କମ୍ପାନୀକୁ ଡାଇଭର୍ଟ କରାଯାଇଥିବା ଅଭିଯୋଗ ରହିଛି।

ଏହି ମାମଲାରେ ଜୁଲାଇ ୯ରେ ସିବିଆଇ ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଥିଲା। ଦୁଇଟି ଚାର୍ଜସିଟ୍‌ ମିଶି ଏପର୍ଯ୍ୟନ୍ତ ୧୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ହୋଇଛି। ମାମଲାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଛି। ସୁପ୍ରିମକୋର୍ଟ ଏହି ତଦନ୍ତର ତଦାରଖ କରୁଛନ୍ତି।

Show More

Related Articles

Back to top button