Breaking PLUSଅପରାଧଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ତିର୍ତ୍ତଲରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ବାପ-ପୁଅ ମୃତ

ଜଗତସିଂହପୁର: ଆଗକୁ ଆସୁଥିବା ଦଶହରା ଓ ଦୀପାବଳୀ ପାଇଁ ବାଣ ଭିଡୁଥିବା ବେଳେ ଘଟିଲା ଭୟଙ୍କର ବିସ୍ଫୋରଣ। ଏଥିରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଜଗତସିଂହପୁର ଜିଲା ତିର୍ତ୍ତଲ ଥାନା ଅନ୍ତର୍ଗତ ମହିଳୋ ଚାନ୍ଦପୁର ଗ୍ରାମରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଗ୍ରାମର ମନରଞ୍ଜନ ସ୍ୱାଇଁ ଓ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁ ଘରେ ବାଣ ଭିଡୁଥିଲେ। ଏହି ସମୟରେ ହଠାତ୍‌ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଘରର ଛାତ ଉଡ଼ିଯାଇଥିବାବେଳେ ଆଖପାଖ ଅଞ୍ଚଳ ମଧ୍ୟ ଥରି ଉଠିଥିଲା। ମନରଞ୍ଜନ, ସୌମ୍ୟ ଓ ସେହି ସମୟରେ ଘରକୁ ଆସିଥିବା ଶିକ୍ଷକ ରାହୁଲ ରାଜ ମହାନ୍ତ ଗୁରୁତର ଆହତ ହୋଇଥିଲେ।

ତିନିଜଣଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ମନରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ସୌମ୍ୟ ଓ ରାହୁଲଙ୍କୁ କଟକ ଏସ୍‌ସିବି ମେଡିକାଲକୁ ପଠାଯାଇଥିଲା। ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ଘଟିଛି। ରାହୁଲଙ୍କ ଚିକିତ୍ସା ଜାରି ରହିଛି।

ଘଟଣା ପରେ ତିର୍ତ୍ତଲ ପୋଲିସ ତଦନ୍ତ ଆରମ୍ଭ କରିଛି। ବାଣ ପ୍ରସ୍ତୁତିରେ କେଉଁ ସାମଗ୍ରୀ ବ୍ୟବହାର ହୋଇଥିଲା ଏବଂ କେଉଁ କାରଣରୁ ବିସ୍ଫୋରଣ ଘଟିଲା, ସେନେଇ ପୋଲିସ ଖୋଳତାଡ଼ କରୁଛି।

Show More

Related Articles

Back to top button