Breaking PLUSଦେଶବାଣିଜ୍ୟମୁଖ୍ୟ ଖବରରାଜନୀତି

GSTରେ ବଡ଼ ରାହତ: ୫ କୋଟି ଟଙ୍କା ଯାଏ ଅପରାଧିକ ମାମଲାରେ ନୂଆ ନିୟମ

 

ନୂଆଦିଲ୍ଲୀ: ବ୍ୟବସାୟୀ, ଏମ୍‌ଏସ୍‌ଏମ୍‌ଇ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେଇଛି ୫୭ତମ ଜିଏସ୍‌ଟି କାଉନସିଲ ବୈଠକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଥିବା ବୈଠକରେ ଜିଏସ୍‌ଟି ଆଇନକୁ ସରଳ କରିବା ଏବଂ ଛୋଟ ବ୍ୟବସାୟୀଙ୍କ ଉପରେ ଅନାବଶ୍ୟକ ଆଇନଗତ ଚାପ ହ୍ରାସ କରିବା ଦିଗରେ ଏକାଧିକ ନିଷ୍ପତ୍ତି ନିଆଯାଇଛି।

ସବୁଠାରୁ ବଡ଼ ପରିବର୍ତ୍ତନ ଭାବେ ଜିଏସ୍‌ଟି ଅଧୀନରେ ଅପରାଧିକ ମାମଲା ଆରମ୍ଭ କରିବାର ସୀମା ୧ କୋଟିରୁ ବଢ଼ାଇ ୫ କୋଟି ଟଙ୍କା କରାଯାଇଛି। ଅର୍ଥାତ୍‌ ୫ କୋଟି ଟଙ୍କାରୁ କମ୍‌ ଟିକସ ଚୋରି କିମ୍ବା ଠକେଇ ସମ୍ପର୍କିତ ମାମଲାରେ ଅପରାଧିକ ମାମଲା ଆରମ୍ଭ କରିବାର ବ୍ୟବସ୍ଥା ଲାଗୁ ହେବ ନାହିଁ। ଏହାଦ୍ୱାରା ଗୁରୁତର ଟିକସ ଠକେଇ ଓ ସାଧାରଣ ଭୁଲ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ କରାଯାଇପାରିବ।

ଛୋଟ ରାଶିର ବିବାଦକୁ ନେଇ ଅନାବଶ୍ୟକ ଆଇନଗତ ପ୍ରକ୍ରିୟା ରୋକିବାକୁ ଶୋ-କଜ୍‌ ନୋଟିସ୍‌ ଜାରି କରିବାରେ ମଧ୍ୟ ସର୍ବନିମ୍ନ ୧୦ ହଜାର ଟଙ୍କାର ସୀମା ଧାର୍ଯ୍ୟ କରିବା ଭଳି ପଦକ୍ଷେପ ନିଆଯାଇଛି। ଇ-କମର୍ସ ଓ କ୍ଷୁଦ୍ର ବିକ୍ରେତାଙ୍କ ପାଇଁ ଜିଏସ୍‌ଟି ନିୟମକୁ ଆହୁରି ସରଳ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ନୂଆ ବ୍ୟବସ୍ଥା ଦ୍ୱାରା ପ୍ରକୃତ ଟିକସଦାତାଙ୍କୁ ଛୋଟ ଭୁଲ ପାଇଁ ଅପରାଧିକ କାର୍ଯ୍ୟାନୁଷ୍ଠାନର ଭୟରୁ ଆଶ୍ୱସ୍ତି ମିଳିବା ସହ ବ୍ୟବସାୟ କରିବା ସହଜ ହେବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ଅନୁପାଳନ ବ୍ୟବସ୍ଥା ସରଳ ହେବା ସହ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ବ୍ୟବସାୟିକ ପରିବେଶ ଆହୁରି ସୁଗମ ହୋଇପାରେ।

Show More

Related Articles

Back to top button