Breaking PLUSଅପରାଧଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ମମତାଙ୍କୁ ବାନାର୍ଜୀଙ୍କୁ ଆକ୍ରମଣ

ଛୁରି ଧରି ପହଞ୍ଚିଲେ ମହିଳା, ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ଉଦ୍ୟମ ଅଭିଯୋଗ ଆସିଛି। ମଙ୍ଗଳବାର ସନ୍ଧ୍ୟାରେ ଜଣେ ମହିଳା ଛୁରି ଧରି କୋଲକାତାର କାଳୀଘାଟସ୍ଥିତ ତାଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ। ପୁଲିସ ମହିଳାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୬ଟାରେ ମମତା ଅନ୍ୟ ଟିଏମ୍‌ସି ନେତାଙ୍କ ସହ ଏକ ଦୁର୍ଗାପୂଜା ମଣ୍ଡପ ଉଦ୍‌ଘାଟନ କରିବାକୁ ବାହାରୁଥିବା ସମୟରେ ଏହି ଘଟଣା ଘଟିଥିଲା। କାଳୀଘାଟ ଥାନାରେ ଦାଏର ଅଭିଯୋଗ ଅନୁସାରେ, ତନିଷ୍ଠା ଶାହା ନାମକ ମହିଳା ନିଶାସକ୍ତ ଅବସ୍ଥାରେ ମମତାଙ୍କୁ ଗାଳିଗୁଲଜ କରିବା ସହ ଛୁରି ଧରି ତାଙ୍କ ନିକଟକୁ ଆକ୍ରମଣାତ୍ମକ ଭାବେ ଯିବାକୁ ଉଦ୍ୟମ କରିଥିଲେ ବୋଲି ରାଜ୍ୟସଭା ସଦସ୍ୟ ଦୋଳ ସେନ୍‌ କହିଛନ୍ତି।

ଘଟଣା ପରେ ମମତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ତାଙ୍କୁ ଯୋଗାଇ ଦିଆଯାଇଥିବା ଜେଡ୍‌-ପ୍ଲସ୍‌ ସୁରକ୍ଷା ସତ୍ତ୍ୱେ ଜଣେ ମହିଳା ଛୁରି ଧରି ତାଙ୍କ ନିକଟରେ କିପରି ପହଞ୍ଚିଲେ, ସେ ନେଇ ଦୋଳ ସେନ୍‌ ଚିନ୍ତା ପ୍ରକାଶ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Show More

Related Articles

Back to top button