Breaking PLUSଦେଶମୁଖ୍ୟ ଖବରରାଜନୀତି

ଏସ୍‌ଆଇଆର୍‌ ବିବାଦରେ ଶାହାଙ୍କ ଜବାବ: ୨୦୨୯ରେ ବିରୋଧୀଙ୍କ ପରାଜୟ ହେବ

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ଯାଞ୍ଚ ପ୍ରକ୍ରିୟା (ଏସ୍‌ଆଇଆର୍‌) ବନ୍ଦ କରିବା ଦାବିରେ ବିରୋଧୀଙ୍କ ଆନ୍ଦୋଳନକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ମଙ୍ଗଳବାର ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରିବା ସହ ୨୦୨୯ ଲୋକସଭା ନିର୍ବାଚନରେ ପରାଜୟ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ଶାହାଙ୍କ କହିବା ଅନୁଯାୟୀ, ଦେଶର ଜନସାଧାରଣ ବିଜେପି, ଏନ୍‌ଡିଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରହିଛନ୍ତି। ବିରୋଧୀଙ୍କ ନକାରାତ୍ମକ ରାଜନୀତି ନିର୍ବାଚନରେ କୌଣସି ପ୍ରଭାବ ପକାଇପାରିବ ନାହିଁ। କଂଗ୍ରେସର ଲଗାତାର ନିର୍ବାଚନୀ ପରାଜୟକୁ ନେଇ ସେ ରାହୁଲଙ୍କୁ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।

ଶାହା ପ୍ରଶ୍ନ କରିଛନ୍ତି, ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଯେଉଁ ପରାଜୟର ସାମ୍ନା କରିଆସୁଛି, ସେଥିପାଇଁ ଏସ୍‌ଆଇଆର୍‌ କିପରି ଦାୟୀ ହୋଇପାରିବ? ଏହି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମଧ୍ୟ କଂଗ୍ରେସ ଅନେକ ନିର୍ବାଚନ ହାରିଥିଲା ବୋଲି ସେ ଯୁକ୍ତି ରଖିଛନ୍ତି।

ଅନ୍ୟପକ୍ଷରେ, ଅନୁପ୍ରବେଶକାରୀଙ୍କୁ ଭୋଟର ଭାବେ ପଞ୍ଜୀକରଣ କରିବା ପାଇଁ ବିରୋଧୀଙ୍କ ଉଦ୍ୟମ ସମ୍ପର୍କରେ ଜନସାଧାରଣ ଅବଗତ ଥିବା ଶାହା ଦାବି କରିଛନ୍ତି।

Show More

Related Articles

Back to top button