Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଓଡ଼ିଶାରେ ୮ ଆଇଏଏସ୍‌ ଅଧିକାରୀଙ୍କ ଦାୟିତ୍ୱରେ ଅଦଳବଦଳ

ଓଡ଼ିଶାରେ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ୮ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ଓ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

କାହାକୁ ମିଳିଲା କେଉଁ ଦାୟିତ୍ୱ?

ପୋମା ଟୁଡୁ: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଏଥିସହ ସେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ।

ସଂଗ୍ରାମ କେଶରୀ ମହାପାତ୍ର: ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆର୍‌ଡିସି) ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏଥିସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ।

ଶୁଭମ ସାକ୍ସେନା: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

ଡା. ଗାଭାଲି ପରାଗ ହର୍ଷଦ: ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌)ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ପାଇଛନ୍ତି।

ବିଜୟ ଅମୃତ କୁଲାଙ୍ଗେ: ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (ଆର୍‌ଡିସି) ଭାବେ ଦାୟିତ୍ୱ ତୁଲାଇବେ।

ଚକ୍ରବର୍ତ୍ତୀ ସିଂ ରାଠୋର: ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି।

ପ୍ରଣତି ଛୋଟରାୟ: ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।

ସୁବ୍ର କୁମାର ପଣ୍ଡା: ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ।

ରାଜ୍ୟ ସରକାରଙ୍କ ଏହି ଅଦଳବଦଳ ଫଳରେ କୃଷି, ସ୍ୱାସ୍ଥ୍ୟ, ନଗର ଉନ୍ନୟନ ଓ ଆଞ୍ଚଳିକ ପ୍ରଶାସନ ସମେତ ବିଭିନ୍ନ କ୍ଷେତ୍ରରେ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ ହୋଇଛି।

Show More

Related Articles

Back to top button