Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବରସ୍ୱତନ୍ତ୍ର

ରାତି ୨ରୁ ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍‌ ଆଶଙ୍କା

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆଲର୍ଟ, ଓଡ଼ିଶାରେ ପ୍ରବଳ ବର୍ଷା ସହ ୬୦ କିମି ବେଗରେ ବହିବ ପବନ

ବଙ୍ଗୋପସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ବର୍ତ୍ତମାନ ଏହା ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ସ୍ଥଳଭାଗ ନିକଟତର ହେବା ସହ ଏହାର ତୀବ୍ରତା ବଢ଼ିବା ଆଶଙ୍କା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଅକ୍ଟୋବର ୨୮ ତାରିଖ ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ଏହା ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ।

ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୫୦ କିଲୋମିଟର କିମ୍ବା ତା’ଠାରୁ ଅଧିକ ହୋଇପାରେ। ବାତ୍ୟାର ପ୍ରଭାବରେ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।

ବାତ୍ୟାର ପ୍ରଭାବ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ସକାଳଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ସମେତ ଅନେକ ଅଞ୍ଚଳରେ ଦିନତମାମ ମଝିରେ ମଝିରେ ବର୍ଷା ହେଉଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଅକ୍ଟୋବର ୨୮ ତାରିଖରେ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Show More

Related Articles

Back to top button