ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ଭାରତର ନିମନ୍ତ୍ରଣ

ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ପାକିସ୍ତାନକୁ ଏକ ଆନ୍ତର୍ଜାତିକ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛି ଭାରତ। ନଭେମ୍ବର ୨୦ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗଦେବାକୁ ପାକିସ୍ତାନ ସମେତ ସମସ୍ତ ୧୦ ସଦସ୍ୟ ରାଷ୍ଟ୍ରକୁ ଆମନ୍ତ୍ରଣ କରାଯାଇଛି।
ଏହି ନିମନ୍ତ୍ରଣକୁ ଅପରେସନ ସିନ୍ଦୂର ପରବର୍ତ୍ତୀ ସମୟରେ ଭାରତ-ପାକିସ୍ତାନ ସମ୍ପର୍କ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ତେବେ ଏହା ଦ୍ୱିପାକ୍ଷିକ ସମ୍ପର୍କରେ କି ପ୍ରଭାବ ପକାଇବ, ତାହା ଉପରେ ନଜର ରହିଛି।
ଏସସିଓରେ ଭାରତ, ପାକିସ୍ତାନ, ଚୀନ୍, ରୁଷିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ଇରାନ ଓ ବେଲାରୁସ ସଦସ୍ୟ ଅଛନ୍ତି। ଏହା ଏକ ଆଞ୍ଚଳିକ ରାଜନୈତିକ ଓ ଆର୍ଥିକ ସଂଗଠନ। ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଶାନ୍ତି, ସୁରକ୍ଷା, ସ୍ଥିରତା ଓ ସହଯୋଗ ବୃଦ୍ଧି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ।
ପ୍ରଥମେ ‘ସାଂଘାଇ-୫’ ନାମରେ ଗଠିତ ଏହି ସଂଗଠନ ପରେ ଏସସିଓ ଭାବେ ପରିଚିତ ହୋଇଥିଲା। ବର୍ତ୍ତମାନ ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଜନସଂଖ୍ୟାର ପ୍ରାୟ ୪୨ ପ୍ରତିଶତ ଏବଂ ବିଶ୍ୱ ଅର୍ଥନୀତିର ଏକ ବଡ଼ ଅଂଶକୁ ପ୍ରତିନିଧିତ୍ୱ କରୁଛନ୍ତି। ଏହି ସମ୍ମିଳନୀ ଆଞ୍ଚଳିକ ସହଯୋଗ ସହ ଦେଶଗୁଡ଼ିକ ମଧ୍ୟରେ ଆଲୋଚନା ପାଇଁ ଏକ ମଞ୍ଚ ଯୋଗାଇବ।



