Breaking PLUSଓଡ଼ିଶାମୁଖ୍ୟ ଖବର

ଚୋରି ମୋବାଇଲ୍ ଫେରାଇଲା କମିଶନରେଟ୍ ପୋଲିସ

ସହିଦନଗରରୁ ସର୍ବାଧିକ ୫୦ ଫୋନ୍ ଉଦ୍ଧାର

ଭୁବନେଶ୍ୱର: ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଫେରିପାଇଲେ ମାଲିକ। ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ପକ୍ଷରୁ ଗୁରୁବାର ପୋଲିସ ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୋବାଇଲ୍ ହ୍ୟାଣ୍ଡଓଭର ମେଳା’ରେ ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍‌ଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ରଥଯାତ୍ରାଠାରୁ ଦୁର୍ଗାପୂଜା ମଧ୍ୟରେ ଉତ୍ସବ ଓ ଭିଡ଼ ସମୟରେ ଅଧିକାଂଶ ମୋବାଇଲ୍ ଚୋରି ହୋଇଥିଲା। ମୋବାଇଲ୍ ଟ୍ରାକିଂ ପ୍ରଯୁକ୍ତିର ସହାୟତାରେ ପୋଲିସ ବିଭିନ୍ନ ଅଞ୍ଚଳରୁ ଏହି ଫୋନ୍‌ଗୁଡ଼ିକୁ ଠାବ କରି ଉଦ୍ଧାର କରିଥିଲା।

ଉଦ୍ଧାର ମୋବାଇଲ୍ ଫୋନ୍ ସଂଖ୍ୟାରେ ସହିଦନଗର ଥାନା ସର୍ବାଧିକ ୫୦ଟି ଫୋନ୍ ଜବତ କରି ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ମଞ୍ଚେଶ୍ୱର ଥାନା ୨୦ଟି ଓ ବଡ଼ଗଡ଼ ଥାନା ୧୨ଟି ଫୋନ୍ ଉଦ୍ଧାର କରିଛି।

ସେହିପରି ଧଉଳି, ଲିଙ୍ଗରାଜ, ଭରତପୁର ଓ କ୍ୟାପିଟାଲ୍ ଥାନା ୧୦ଟି ଲେଖାଏଁ ମୋବାଇଲ୍ ଉଦ୍ଧାର କରିଥିବାବେଳେ ଇନ୍‌ଫୋସିଟି ଥାନା ୯ଟି ଫୋନ୍ ଠାବ କରିଛି। ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ଜଟଣୀ ଓ ପାହାଳ ଥାନା ୫ଟି ଲେଖାଏଁ ମୋବାଇଲ୍ ଉଦ୍ଧାର କରିଛନ୍ତି।

Show More

Related Articles

Back to top button