Breaking PLUSଦୁର୍ଘଟଣାଦେଶବଲିଉଡବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

ଜଳନ୍ଧର ଦୁର୍ଘଟଣାରେ ହନି ସିଂଙ୍କ ପୁତୁରା ଓ ବନ୍ଧୁଙ୍କ ମୃତ

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରସିଦ୍ଧ ରାପର ୟୋ ୟୋ ହନି ସିଂଙ୍କ ପୁତୁରା ୱିଦିତ ଓଲକ ଓ ତାଙ୍କ ବନ୍ଧୁ ଆରବ ତାଲୱାରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସଙ୍ଗୀତ ଜଗତ ଓ ପ୍ରଶଂସକଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଦୁହେଁ ଏକ ଜନ୍ମଦିନ ପାର୍ଟିରୁ ଫେରୁଥିବା ସମୟରେ ଭୋରରେ ପୁଲିସ ଲାଇନ୍ସ ନିକଟସ୍ଥ ଫ୍ଲାଇଓଭରରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ ଯାଉଥିବା ଦ୍ରୁତଗାମୀ ଫୋଲକ୍ସୱାଗନ୍ କାର୍‌ଟି ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ସଫେଇ କାର୍ଯ୍ୟ ପାଇଁ ରଖାଯାଇଥିବା ପୌରପାଳିକାର ଟ୍ରାକ୍ଟର-ଟ୍ରଲିକୁ ପଛପଟୁ ଧକ୍କା ଦେଇଥିଲା।

ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାର୍‌ର ସମ୍ମୁଖ ଭାଗ ଚୂର୍‌ମାର୍ ହୋଇଯାଇଥିଲା। ଦୁଇ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରିବାର ଆଇନଗତ କାର୍ଯ୍ୟାନୁଷ୍ଠାନ ଚାହୁଁନଥିବାରୁ ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା।

ଘଟଣା ପରେ ହନି ସିଂ ସୋସିଆଲ ମିଡିଆରେ ପୁତୁରାଙ୍କ ଫଟୋ ସେୟାର କରି ଏହାକୁ ନିଜ ଜୀବନର ଅତ୍ୟନ୍ତ ମର୍ମନ୍ତୁଦ ଓ ଅସହ୍ୟ ଦିନ ବୋଲି ଲେଖିଛନ୍ତି।

Show More

Related Articles

Back to top button