Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର
ଅକାଳରେ ଲିଭିଗଲା ୩ ଶିଶୁଙ୍କ ଜୀବନ, ପୋଖରୀରେ ବୁଡ଼ି ମୃତ୍ୟୁ

କଟକ: ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ୩ ଜଣ କୋମଳମତି ଶିଶୁଙ୍କ ଜୀବନ ଚାଲିଯାଇଛି। କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁରରେ ଘଟିଥିବା ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ମୃତକଙ୍କ ମଧ୍ୟରେ ଦୁଇ ଭାଇ ଅଛନ୍ତି।
ମୃତ ଶିଶୁମାନେ ହେଲେ ସଲମାନ ଖାନ, ଜିସାନ ଖାନ ଓ ଅରହମ ଖାନ। ସଲମାନ ଓ ଜିସାନ ଦୁଇ ଭାଇ ହୋଇଥିବା ବେଳେ ସେମାନେ ଯଥାକ୍ରମେ ଏଲ୍କେଜି ଓ ୟୁକେଜିରେ ପଢ଼ୁଥିଲେ। ଅନ୍ୟ ଶିଶୁ ଅରହମ ନର୍ସରୀର ଛାତ୍ର ଥିଲେ।
ସୂଚନା ଅନୁସାରେ, ଆଜି ସକାଳେ ତିନି ଜଣ ଘର ନିକଟରେ ଖେଳୁଥିଲେ। ଘର ପାଖରେ ଥିବା ଏକ ପୋଖରୀ ନିକଟକୁ ଖେଳୁ ଖେଳୁ ସେମାନେ ଚାଲିଯାଇଥିଲେ। କୌଣସି କାରଣରୁ ପୋଖରୀ ଭିତରକୁ ଖସିପଡ଼ିବା ପରେ ବୁଡ଼ିଯାଇଥିଲେ। ଏହି ଘଟଣାରେ ତିନି ଶିଶୁଙ୍କ ମୃତ୍ୟୁ ହୋଇଛି। ଏକାଥରେ ତିନି ଶିଶୁଙ୍କ ମୃତ୍ୟୁ ଖବରରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।



