Breaking PLUSଦେଶପୂଜା ପାର୍ବଣମୁଖ୍ୟ ଖବର

ଧନତେରସରେ ସୁସ୍ଥ ଜୀବନର ସଂକଳ୍ପ ନେବାକୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଧନତେରସ ଅବସରରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରୋଗର ଚିକିତ୍ସା ଅପେକ୍ଷା ରୋଗ ନିରାକରଣ ଓ ସ୍ୱାସ୍ଥ୍ୟର ସୁରକ୍ଷା ଉପରେ ଆୟୁର୍ବେଦ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।

ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମୋଦୀ କହିଛନ୍ତି, ସୁସ୍ଥ ଜୀବନଶୈଳୀ ଓ ରୋଗ ପ୍ରତିରୋଧକ ବ୍ୟବସ୍ଥା ଅବଲମ୍ବନ କଲେ ପରିବାରର ଭବିଷ୍ୟତ ସୁସ୍ଥ ରହିପାରିବ। ସୁସ୍ଥ ଖାଦ୍ୟାଭ୍ୟାସ, ନିୟମିତ ଯୋଗ, ପର୍ଯ୍ୟାପ୍ତ ନିଦ୍ରା ଏବଂ ଠିକ୍ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଧବଙ୍କ ଏକ ଲେଖାକୁ ସେ ସେୟାର କରିଥିଲେ। ଏଥିରେ ଆୟୁର୍ବେଦର ସ୍ୱାସ୍ଥ୍ୟ ସଂରକ୍ଷଣ ଦର୍ଶନ ଏବଂ ରୋଗ ପ୍ରତିରୋଧକ ଚିକିତ୍ସାର ଗୁରୁତ୍ୱ ଉଲ୍ଲେଖ ରହିଛି।

ପ୍ରିୟଜନଙ୍କ ସ୍ୱାସ୍ଥ୍ୟରେ ନିବେଶ କରିବା ହେଉଛି ପରିବାର ପାଇଁ ସବୁଠାରୁ ମୂଲ୍ୟବାନ ନିବେଶ ବୋଲି ମୋଦୀ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଧନତେରସରେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନୂଆ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯାଇଛି।

‘ସ୍ୱସ୍ଥ ଭାରତ’ ଓ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ପୂରଣ ପାଇଁ ଭୌତିକ ସମ୍ପତ୍ତି ସହ ପରିବାରର ସ୍ୱାସ୍ଥ୍ୟରେ ମଧ୍ୟ ନିବେଶ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଯାଧବ କହିଛନ୍ତି।

Show More

Related Articles

Back to top button