
ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ଅନୁମୋଦନ କରିବା ପରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଦେଶନାମା ଜାରି ହୋଇଛି।
ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ନଭେମ୍ବର ୧୫ରେ ଅବସର ନେବେ। ତାଙ୍କ ଅବସର ପରେ ନଭେମ୍ବର ୧୬ରୁ ଜଷ୍ଟିସ୍ ରାଉତରାୟ ନୂଆ ଦାୟିତ୍ୱ ଗ୍ରହଣ କରିବେ।
ସମ୍ବିଧାନର ଧାରା ୨୨୩ ଅନୁଯାୟୀ ରାଷ୍ଟ୍ରପତି ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସ୍ଥାୟୀ ମୁଖ୍ୟ ବିଚାରପତି ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ପରେ ହାଇକୋର୍ଟର ବରିଷ୍ଠତମ ବିଚାରପତି ହୋଇଥିବାରୁ ତାଙ୍କୁ ଏହି ସୁଯୋଗ ମିଳିଛି।
ଜଷ୍ଟିସ୍ ରାଉତରାୟଙ୍କ ନିଯୁକ୍ତିକୁ ଆଇନଜୀବୀ ମହଲରେ ସ୍ୱାଗତ କରାଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।



