Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ପୁରୀରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅଞ୍ଚଳରୁ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ବିଭାଗର ମୋବାଇଲ୍‌ ୟୁନିଟ୍‌ ପକ୍ଷରୁ ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ମୋଟ ୧୯୬ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ଼କଞ୍ଜିଆ ଗ୍ରାମର ପ୍ରମୋଦ ଭୋଇ ଓ ସୁବାଷ ନାୟକ। ଉଭୟ ଗୋଟିଏ ଗ୍ରାମର ବାସିନ୍ଦା ହୋଇଥିବାରୁ ଏହି ଅଞ୍ଚଳରେ ନିଶା କାରବାରର ଏକ ରାକେଟ୍‌ ସକ୍ରିୟ ଥିବା ନେଇ ସନ୍ଦେହ ଉପୁଜିଛି।

ଜବତ ବ୍ରାଉନସୁଗର କେଉଁଠାରୁ ଆସିଥିଲା ଏବଂ ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି।

Show More

Related Articles

Back to top button