Breaking PLUSଅପରାଧଆଇନ କାନୁନଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସେଲିବ୍ରିଟି

କଙ୍ଗନା ରାଣାୱତଙ୍କ ନାଁରେ ଏଫ୍‌ଆଇଆର୍‌, ବିବାଦୀୟ ପୋଷ୍ଟକୁ ନେଇ ଅଭିଯୋଗ

 

ଶିମଲା: ବିବାଦରେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ। ଗାନ୍ଧି ପରିବାରକୁ ନେଇ ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ଅଭିଯୋଗରେ ତାଙ୍କ ନାଁରେ ହିମାଚଳ ପ୍ରଦେଶର ଶିମଲାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ପୋଷ୍ଟଟି ବିଦ୍ୱେଷ ସୃଷ୍ଟି କରିବା ସହ ସାମାଜିକ ଶୃଙ୍ଖଳା ଭଙ୍ଗ କରିବାର ଆଶଙ୍କା ଥିବା ଅଭିଯୋଗ ହୋଇଛି।

ଅବସରପ୍ରାପ୍ତ ସେନା ଅଧିକାରୀ ତଥା ଶିମଲା ବାସିନ୍ଦା ଅତୁଲ ଶର୍ମା ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ନଭେମ୍ବର ୧୦ରେ କଙ୍ଗନା ଏକ ସୋଶାଲ ମିଡିଆ ପୋଷ୍ଟ କରିଥିଲେ। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ତାଙ୍କ ପୁଅ ରାଜୀବ ଓ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁକୁ ନେଇ ଉସକାଇବା ଭଳି ମନ୍ତବ୍ୟ ରହିଥିଲା।

ଏଥିସହ ସୋନିଆ ଗାନ୍ଧିଙ୍କୁ ଜଣେ ରହସ୍ୟମୟ ବିଦେଶୀ ନାଗରିକ ଭାବେ ସମ୍ବୋଧନ କରିବା ସହ ତାଙ୍କ ବିଦେଶ ଗସ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୮୬(୧)(ବି) ଓ ୩୫୬(୨)ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଶିମଲା ଏସ୍‌ପି ଗୌରବ ସିଂହ କହିଛନ୍ତି।

Show More

Related Articles

Back to top button