Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ଦିଲ୍ଲୀରେ ଜୋତା କାରଖାନାରେ ନିଆଁ, ଲିଭାଇବାକୁ ୧୬ ଦମକଳ ୟୁନିଟ୍

ନୂଆଦିଲ୍ଲୀ: ଦିଲ୍ଲୀର ମଙ୍ଗୋଲପୁରୀ ଇଣ୍ଡଷ୍ଟ୍ରିଆଲ୍ ଏରିଆ ଫେଜ୍‌-୨ରେ ଥିବା ଏକ ଜୋତା ଓ ଚପଲ ତିଆରି କାରଖାନାରେ ଶନିବାର ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। କାରଖାନାର ଏ-୭୬ ନମ୍ବର ୟୁନିଟ୍‌ରେ ନିଆଁ ଲାଗିବା ପରେ ଘନ ଧୂଆଁ ଓ ନିଆଁର ଲେଲିହାନ ଶିଖା ଦୂରରୁ ଦେଖିବାକୁ ମିଳିଥିଲା।

ଅପରାହ୍ଣ ୧ଟା ୧୦ ମିନିଟ୍‌ରେ ଦମକଳ ବିଭାଗକୁ ଖବର ମିଳିବା ପରେ ତୁରନ୍ତ ଗାଡ଼ି ପଠାଯାଇଥିଲା। ନିଆଁ ନିୟନ୍ତ୍ରଣକୁ ନଆସିବାରୁ ଘଟଣାସ୍ଥଳରେ ପ୍ରଥମେ ମେକ୍‌-୪ ଏବଂ ପରେ ମେକ୍‌-୬ ଆଲର୍ଟ ଜାରି କରାଯାଇଥିଲା। ଏବେ ୧୬ଟି ଦମକଳ ୟୁନିଟ୍‌ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ଏଥିରେ ୱାଟର ଟେଣ୍ଡର, ୱାଟର ବାଉଜର ଓ ଫୋମ୍‌ ଟେଣ୍ଡର ସାମିଲ ରହିଛି।

ଦମକଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଦିଲ୍ଲୀ ପୁଲିସ ଓ ବିପର୍ଯ୍ୟୟ ମୁକାବିଲା ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର ଓ ଅଗ୍ନି ନିର୍ବାପନ କାର୍ଯ୍ୟ ଜାରି ରହିଛି। ତେବେ ଏଯାଏଁ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ। ଅଗ୍ନିକାଣ୍ଡର କାରଣ ଓ କାରଖାନାର କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ।

Show More

Related Articles

Back to top button