Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟ କର୍ମଚାରୀଙ୍କ DA ୬୩%କୁ ବୃଦ୍ଧି, ପେନସନଭୋଗୀଙ୍କୁ ମଧ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ମହଙ୍ଗା ମାଡ଼ ଭିତରେ ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିଛି ଆଶ୍ୱସ୍ତି। ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍‌ (TI)ରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ DA ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହୋଇଛି। ନୂତନ ହାର ଜୁଲାଇ ୧, ୨୦୨୬ରୁ ପିଛିଲା ଭାବେ ଲାଗୁ ହେବ। ନଭେମ୍ବର ମାସର ଦରମା ସହ ବର୍ଦ୍ଧିତ ଭତ୍ତା ନଗଦ ଆକାରରେ ପ୍ରଦାନ କରାଯିବ।

ସେହିପରି ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍‌ (TI)ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି ହୋଇଛି। ନଭେମ୍ବର ମାସର ପେନସନ ସହ ସେମାନଙ୍କୁ ବର୍ଦ୍ଧିତ ରାଶି ମିଳିବ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୮.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଲାଭବାନ ହେବେ।

ଅନ୍ୟପକ୍ଷରେ, ରାଜ୍ୟ ସରକାର କିଛି ମାସ ପୂର୍ବରୁ ସରକାରୀ ଉଦ୍ୟୋଗ (PSU) କର୍ମଚାରୀଙ୍କ DA ମଧ୍ୟ ୨ ପ୍ରତିଶତ ବଢ଼ାଇଥିଲେ। ସଂଶୋଧିତ ଦରମା ହାର-୨୦୧୭ ଅନୁଯାୟୀ, ଯୋଗ୍ୟ PSU କର୍ମଚାରୀଙ୍କ DA ୫୮ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହା ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ଲାଗୁ ହୋଇଥିଲା। ଏନେଇ ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା।

Show More

Related Articles

Back to top button