ପଥରଗାଡ଼ିଆ ଆତ୍ମଦାହ ଘଟଣା: ଏମ୍ସରେ ଯୁବତୀଙ୍କ ମୃତ୍ୟୁ, ପୂର୍ବତନ ପ୍ରେମିକ ଗିରଫ

ପଥରଗାଡ଼ିଆ ଅଞ୍ଚଳର ଏକ କାଫେ ନିକଟରେ ଆତ୍ମଦାହ କରିଥିବା ଯୁବତୀ କଳ୍ପନା ସାମଲଙ୍କ ମୃତ୍ୟୁ ହୋଇଛି। ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଦିନ ପରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୨୧ ବର୍ଷ ହୋଇଥିବା ବେଳେ ଘର ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳରେ।
ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ରେ କଳ୍ପନା କାଫେ ନିକଟରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ। ଏଥିରେ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିଲା। କାଫେରେ ପୂର୍ବତନ ପ୍ରେମିକଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିବା ପରେ ସେ ଏଭଳି ପଦକ୍ଷେପ ନେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ପୁଲିସର ପ୍ରାଥମିକ ତଦନ୍ତ ଓ ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି ଯେ, କଳ୍ପନା କାଫେରୁ ଏକାକୀ ବାହାରି କିଛି ଦୂର ଯିବା ପରେ ନିଜ ଦେହରେ ନିଆଁ ଲଗାଇଥିଲେ। ଏହା ପୂର୍ବରୁ ସେ ଜଣେ ସମ୍ପର୍କୀୟା ଭଉଣୀଙ୍କୁ ଫୋନ୍ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଜଣାଇଥିଲେ।
ଏହି ଘଟଣାରେ ପୁଲିସ ଅନୁଗୋଳ ଜିଲ୍ଲାର ସୌମ୍ୟ ରଞ୍ଜନ ପ୍ରଧାନ (୨୫)ଙ୍କୁ ଗିରଫ କରିଛି। ସେ କଳ୍ପନାଙ୍କ ପୂର୍ବତନ ପ୍ରେମିକ ବୋଲି ଜଣାପଡ଼ିଛି।


