Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ଜବଲପୁର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ପାର୍ସଲ ବଗିକୁ ବ୍ୟାପିଲା ନିଆଁ

ଜବଲପୁର: ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ବୁଧବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ନିର୍ମାଣାଧୀନ ଏକ ଖାଦ୍ୟ ଷ୍ଟଲ୍‌ରେ ଲାଗିଥିବା ନିଆଁ ନିକଟରେ ଛିଡ଼ା ହୋଇଥିବା ପାର୍ସଲ ବଗିକୁ ବ୍ୟାପିବା ସହ ପ୍ଲାଟଫର୍ମର ଛାତର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

ରେଳବାଇ ଅଧିକାରୀଙ୍କ ସୂଚନାନୁସାରେ, ଅପରାହ୍ଣ ପ୍ରାୟ ୩ଟା ୪୫ରେ ଷ୍ଟଲ୍‌ରେ ନିଆଁ ଲାଗିଥିଲା। ଏହାକୁ ଦେଖି ପ୍ଲାଟଫର୍ମରେ ଆତଙ୍କ ଖେଳିଯାଇଥିଲା। ତେବେ ଷ୍ଟେସନ କର୍ମଚାରୀମାନେ ତୁରନ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ଓ ହାଇଡ୍ରାଣ୍ଟ ସାହାଯ୍ୟରେ ମାତ୍ର ୧୦ ମିନିଟ୍‌ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ।

ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶଶାଙ୍କ ଗୁପ୍ତା କହିଛନ୍ତି, ଷ୍ଟଲ୍‌ଟି ନିର୍ମାଣାଧୀନ ଥିବାରୁ ଏହାର କାର୍ଯ୍ୟ ଆରମ୍ଭ ହୋଇନଥିଲା। ଷ୍ଟଲ୍‌ରେ ରଖାଯାଇଥିବା ବିସ୍କୁଟ୍‌, ସ୍ନାକ୍ସ ଓ ଅନ୍ୟାନ୍ୟ ପ୍ୟାକେଟ୍‌ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଛି। ପ୍ରାଥମିକ ଅନୁଧ୍ୟାନରୁ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସୁରକ୍ଷା ଦୃଷ୍ଟିରୁ ପ୍ଲାଟଫର୍ମ ନମ୍ବର ୧ର ବିଦ୍ୟୁତ୍‌ ସରବରାହ ବନ୍ଦ କରାଯାଇଛି। ଷ୍ଟଲ୍‌, ପାର୍ସଲ ବଗି ଓ ରେଳବାଇ ସମ୍ପତ୍ତିର କ୍ଷୟକ୍ଷତି ଆକଳନ ସହ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ସ୍ପଷ୍ଟ ହେବ।

Show More

Related Articles

Back to top button