Breaking PLUSଦେଶମୁଖ୍ୟ ଖବର

ଆତଙ୍କବାଦ ମୁକାବିଲା ନେଇ ଦିଲ୍ଲୀରେ ଦୁଇଦିନିଆ ସମ୍ମିଳନୀ

ନୂଆଦିଲ୍ଲୀ: ସୀମାପାର ଆତଙ୍କବାଦର ମୁକାବିଲା ଓ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଗୁରୁବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଦୁଇଦିନିଆ ଜାତୀୟ ଆତଙ୍କବାଦ ବିରୋଧୀ ସମ୍ମିଳନୀ। ଏଥିରେ ବିଭିନ୍ନ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ, କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ସଂସ୍ଥାର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଉଦ୍‌ଘାଟନ କରିବେ।

ଗୃହ ମନ୍ତ୍ରଣାଳୟ ଅଧୀନରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ପ୍ରତିବର୍ଷ ଏହି ସମ୍ମିଳନୀ ଆୟୋଜନ କରାଯାଏ। ଚଳିତବର୍ଷ ‘ସମଗ୍ର ସରକାରୀ ବ୍ୟବସ୍ଥା’ ମାଧ୍ୟମରେ ଆତଙ୍କବାଦର ମୁକାବିଲା ଉପରେ ଗୁରୁତ୍ୱ ଦିଆଯିବ।

ସମ୍ମିଳନୀରେ ବିଦେଶରୁ ତଦନ୍ତ ସମ୍ବନ୍ଧୀୟ ପ୍ରମାଣ ସଂଗ୍ରହ, ଡିଜିଟାଲ ଫରେନ୍‌ସିକ୍ସ, ତଥ୍ୟ ବିଶ୍ଳେଷଣ ଓ ଆତଙ୍କବାଦୀଙ୍କ ଆର୍ଥିକ ନେଟ୍‌ୱର୍କ ଭାଙ୍ଗିବା ନେଇ ଆଲୋଚନା ହେବ। ଏହାସହ ମୌଳବାଦ, ଗୁପ୍ତଚରଗିରି ଓ ନୂଆ ପ୍ରକାରର ସୁରକ୍ଷା ବିପଦର ମୁକାବିଲା ଉପରେ ମଧ୍ୟ ଚର୍ଚ୍ଚା ହେବ।

ରାଜ୍ୟ ପୁଲିସ ଅଧିକାରୀ ଓ ତଦନ୍ତକାରୀଙ୍କ ପାଇଁ ନୂଆ ଅପରାଧିକ ଆଇନ, ଡିଜିଟାଲ ପ୍ରମାଣ ଏବଂ ମାମଲା ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣର ମଧ୍ୟ ବ୍ୟବସ୍ଥା ରହିଛି।

Show More

Related Articles

Back to top button