Breaking PLUSଦେଶମୁଖ୍ୟ ଖବର

ତାମିଲନାଡୁରେ ନୂଆ ମଦ ଦୋକାନ ଖୋଲିବା ମନା

ମଦୁରାଇ: ତାମିଲନାଡୁରେ ଆଉ ନୂଆ ମଦ ଦୋକାନ ଖୋଲିବାକୁ ମନା କରିଛନ୍ତି ମାଡ୍ରାସ ହାଇକୋର୍ଟ। ରାଜ୍ୟରେ ପୂର୍ବରୁ ଯଥେଷ୍ଟ ସଂଖ୍ୟକ ମଦ ଦୋକାନ ଥିବାରୁ ଅଧିକ ଦୋକାନ ଖୋଲିବାର ଆବଶ୍ୟକତା ନାହିଁ ବୋଲି ବୁଧବାର ମଦୁରାଇ ଖଣ୍ଡପୀଠ କହିଛନ୍ତି।

ତିରୁଚି ଜିଲ୍ଲାର ନବକିନାଥପଟ୍ଟି ଗାଁରେ ନୂଆ ଟାସମାକ୍‌ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ମାଣିକନ୍ଦନ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଓ ସାମାଜିକ କଲ୍ୟାଣ ପ୍ରଭାବିତ ହେବ ବୋଲି ସେ ଆବେଦନରେ ଦର୍ଶାଇଥିଲେ।

ଜଷ୍ଟିସ୍‌ ଭେଲମୁରୁଗନ୍‌ ଓ ରାମକୃଷ୍ଣନ୍‌ଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ଗାଁରେ ନୂଆ ଦୋକାନ ଖୋଲିବା ଉପରେ ସୀମିତ ନରହି ସମଗ୍ର ରାଜ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ତାମିଲନାଡୁର କୌଣସି ସ୍ଥାନରେ ନୂଆ ଟାସମାକ୍‌ ମଦ ଦୋକାନ ଖୋଲାଯାଇପାରିବ ନାହିଁ।

ତେବେ ରାଜ୍ୟରେ ପୂର୍ବରୁ ଚାଲୁଥିବା ମଦ ଦୋକାନ ବନ୍ଦ କରିବା ନେଇ କୋର୍ଟ କୌଣସି ଆଦେଶ ଦେଇନାହାନ୍ତି।

Show More

Related Articles

Back to top button