Breaking PLUSଦେଶଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଭାରତ-ଆସିଆନ ଶିଖର ସମ୍ମିଳନୀରେ ଶାନ୍ତି ଓ ସହଯୋଗ ଉପରେ ମୋଦୀଙ୍କ ଗୁରୁତ୍ୱ

ମନିଲା: ବିଶ୍ୱରେ ବଢ଼ୁଥିବା ଅନିଶ୍ଚିତତା ଓ ବିଭିନ୍ନ ସଙ୍କଟ ମଧ୍ୟରେ ଶାନ୍ତିର ଗୁରୁତ୍ୱ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ୨୩ତମ ଭାରତ-ଆସିଆନ ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଶାନ୍ତି। ଏହି ଅଞ୍ଚଳର ଭବିଷ୍ୟତ ପ୍ରତିଯୋଗିତା ପରିବର୍ତ୍ତେ ସହଯୋଗ ଓ ସହଭାଗିତା ଉପରେ ଆଧାରିତ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ବିଶ୍ୱର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଥିବା ଏହି ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସ୍ପଷ୍ଟତା ରହିବା ଜରୁରୀ ବୋଲି ମୋଦୀ କହିଛନ୍ତି। ଫିଲିପାଇନ୍ସ ରାଷ୍ଟ୍ରପତି ମାର୍କୋସଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ ଭାରତର ପ୍ରଗତି ଓ ଆସିଆନର ସମୃଦ୍ଧି ପରସ୍ପର ସହ ଜଡ଼ିତ।

୨୦୧୪ରୁ ଏପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଲାଗି ପ୍ରାୟ ୨୫୦ଟି ଦ୍ରୁତ ପ୍ରଭାବଶାଳୀ ପ୍ରକଳ୍ପ ଆରମ୍ଭ ହୋଇଛି। ଏହାସହ ୧୦ ହଜାରରୁ ଅଧିକ ଦକ୍ଷତା ବିକାଶ ଛାତ୍ରବୃତ୍ତି ଦିଆଯାଇଛି।

ଅନ୍ୟପକ୍ଷରେ, ମୋଦୀ ମଙ୍ଗଳବାର ଅପରାହ୍ନ ୪ଟାରେ ମନିଲାରେ କ୍ୱାଡ୍ ନେତାଙ୍କ ବୈଠକରେ ଯୋଗଦେବେ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଜାପାନ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Show More

Related Articles

Back to top button